ନିମଜ୍ଜିତ ଚେତାବନୀ
ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା
ସଂପତ୍ତି
ବିଦ୍ୱାନ ବ୍ୟକ୍ତିର ବିଦ୍ୟା ହିଁ ସଂପତ୍ତି
ପୂଜା ଦେଶ ବିଦେଶରେ
ସଂପତ୍ତିର ମୋହ ସଂପର୍କକୁ ଆହା
ସର୍ବୋକ୍ତୃଷ୍ଟ ସୃଜିପାରେ!
ଆୟୁଷ
ଅଗ୍ନିର ସମାନ ଆୟୁ ତେଜୀୟାନ୍
ବାୟୁସମ ଗତିଶୀଳ
ପୃଥିବୀପରିକା ସୁଦୃଢ ଛାତିରେ
ପୁଣ୍ୟତୋୟା ଗଙ୍ଗା ଜଳ।
ପ୍ରତାପ
ସଞ୍ଜ ନଇଁଗଲେ ବେଳ ବୁଡିଯାଏ
ସୁରୂଜ ପ୍ରତାପ ହ୍ରାସ
ଶୁଭ୍ର ଶେଫାଳୀ ହିଁ ନିଶି ମହକାଏ
ବିସ୍ମୟ ପ୍ରକାଶି ବିଶ୍ବ।
ସ୍ୱପ୍ନ
ସ୍ୱପ୍ନରେ ସମ୍ଭବ ସଫଳତା ନୁହେଁ
ସାଧନା ହିଁ ଶ୍ରେଷ୍ଠପୁଞ୍ଜି
ନିୟତି ନୁହେଁ ଯେ ନିୟନ୍ତ୍ରଣାଧୀନ
ନରନାରୀ ଇଛା ଖଞ୍ଜି।
ଶୂନ୍ୟ ଉତ୍କଣ୍ଠ।
ଶୂନ୍ୟ ଉତ୍କଣ୍ଠା ହିଁ ଶୂନ୍ୟରେ ମିଳାଏ
ଶୂନ୍ୟ ଶୂନ୍ୟ ମହାଶୂନ୍ୟ
ଆସିବା ମୁହୂର୍ତ୍ତ ଯିବାର ମୁହୂର୍ତ୍ତ
ଶୂନ୍ୟ ମାୟା -ବିଭୂଷଣ ।
ରାକମା, ଭାପୁର, ନୟାଗଡ଼