May 02, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଇତିହାସ ପୢଷ୍ଠାଟିଏ; ଫରାସୀଙ୍କ ନାମରେ – ରୁଦ୍ର ନାରାୟଣ ଦାଶ

ଇତିହାସ ପୢଷ୍ଠାଟିଏ; ଫରାସୀଙ୍କ ନାମରେ

 

 

କୁହନ୍ତି ନା ଏକତା ହିଁ ବଳ। ବାସ ଏଇ କଥାକୁ ଫରାସୀମାନେ କାହିଁ କେଉଁ କାଳରୁ ସାତ ତାଳ ପାଣି ଭିତରେ ଥିବା ମସ୍ତିଷ୍କକୁ ଉଦ୍ଧାର କଲେ। ସ୍ବେଚ୍ଛାଚାରୀ, ରାଜତନ୍ତ୍ର ତଥା ଏକଛତ୍ରବାଦ ଶାସନର ବିରୋଧାଚରଣ, ବେବୋଁମାନଙ୍କ ମେରୁଦଣ୍ଡକୁ ବଙ୍କା କରିଦେଉଥିଲା ଯେପରି! ଚତୁର୍ଦ୍ଦଶ ଲୁଇଙ୍କ ଉକ୍ତି, “ମୁଁ ହେଉଛି ରାଷ୍ଟ୍ର”; ଏଇ ସେ ରାଷ୍ଟ୍ର ଯେ କେବେ ବିଳାସ ପ୍ରାସାଦ ମଧ୍ଯରେ ନିଜ ଜୀବନକୁ ବିଳାସମୟ ଢଙ୍ଗରେ ରଙ୍ଗୀନ କରିବାକୁ ଚେଷ୍ଟା କରୁଥିଲେ। ବିଳାସ ଜୀବନ ଯେ କେବେ ଚରମ ସୀମାରେ ପହଞ୍ଚିଗଲା; ମୁଣ୍ଡର ଅସଜଡା ବାଳରେ ସିନ୍ଥି କଟାହେଲା ଭାଗ ହେଲେ ତମାମ କେଶ, ଉଚ୍ଚ ଶ୍ରେଣୀ ପଟକୁ କ୍ଲିପ୍ ପରି ଅନେକ ଉପହାର ଆଉ ନିମ୍ନ ଶ୍ରେଣୀକୁ ବଳକା ତେଲ! ସେ ଫାଟରେ ସ୍ଥାନ ପାଇଲା ସମାଲୋଚନାର ସିନ୍ଦୂର, ଦାର୍ଶନିକ ର, ପରିବ୍ରାଜକ ର, ଶାସକ ର, ବୁଦ୍ଧିଜୀବୀ ର! ‘ସ୍ଫିରିଟ ଅଫ୍ ଦ ଲ’ ରେ ଆତ୍ମା ଆଇନ ର ତାତ୍ପର୍ଯ୍ଯ, ଋଷୋଙ୍କ ‘ସୋଶିଆଲ କଣ୍ଟ୍ରାକ୍ଟ’ ରେ ସାର୍ବଭୌମତ୍ବ, ମୁକ୍ତି ର କଥା, ପାଠୁଆ ଯୁବଗୋଷ୍ଠୀଙ୍କ ହୢଦୟର ଅତଳ ଜଳଧିରେ ବିଦ୍ରୋହର ବହ୍ନିକୁ ସ୍ଥାପନ କରିବା ଅନେକାଂଶରେ ସ୍ବେଚ୍ଛାଚାରିତାକୁ ପରିସମାପ୍ତି କରିବା ପାଇଁ ପ୍ରଥମ ସୋପାନ ପାର କରିନେଲେ।

ଷୋଡଶ ଲୁଇଙ୍କ ଉଦ୍ଭବ, ଶାସନକାଳରେ ଲବଣ କର, ପଥ କର, ଜଳ କର ନିମ୍ନଶ୍ରେଣୀ ଲୋକଙ୍କ ଆର୍ଥନୀତିକ ମେରୁଦଣ୍ଡକୁ ଚୂର୍ଣ୍ଣବିଚୂର୍ଣ୍ଣ କରିଦେଇଥିଲା। ପଞ୍ଚଦଶ ଲୁଇଙ୍କ ଭୋଗବିଳାସ ଷୋଡଶ ଲୁଇଙ୍କ ପତନକୁ ନିମନ୍ତ୍ରଣ କରୁଥିଲା। କୁହନ୍ତି ନା

 

“ବାପ ଖାଇଲେ ତାଳ, ପୁଅକୁ ହୁଏ କାଳ”।

 

ଭୋଗବିଳାସର ମଦିରାରେ ସ୍ନାନ କରିଥିବା ପଞ୍ଚଦଶ ଲୁଇ ଯେ ରାଜକୋଷକୁ ଶୂନ୍ଯ କରନ ଚାଲିଯିବେ ତା’ କେ ବା ଜାଣିଥିଲା। ଇତିହାସ ହେଉ କି ଆର୍ଯ୍ଯବର୍ତ୍ତର ଋଷି ହେଉ ଅବା ସୁରେଶ ଓ୍ବାଡକର କଣ୍ଠରୁ ଆଧୁନିକ ସଭ୍ଯତାର କାନରେ ବାଜିଥିବା ଗୀତ ହେଉ ସମସ୍ତଙ୍କ ମୂଳ କଥା ‘ଖାଲି ହାତରେ ଆସିଛେ ଖାଲି ହାତରେ ଯିବା’।

 

କେବେ କେହି ପ୍ରଶ୍ନ କରିବାକୁ ଚେଷ୍ଟା କରେ,

ଏ କେଉଁ ପ୍ରକାର ଖାଲିହାତ ଯାହା ମୢତ୍ଯୁ ସମୟରେ ସାମ୍ରାଜ୍ଯର ଗାଧୁଆବେଳର ଭାତ ମୁଠେ ଛଡାଇ ନିଏ?

 

ଏ କିପରି ଖାଲି ହାତ ନିଜ ମୢତ୍ଯୁ ସହ ସମୢଦ୍ଧରେ ଭରା ସାମ୍ରାଜ୍ଯର ଅର୍ଥନୀତି, ସାମାଜିକ ବ୍ଯବସ୍ଥା, ରାଜନୀତି କୁ ଭୂଲୁଣ୍ଠିତ କରିଦିଏ!

ଏହାର ଫଳ ଯେ କେତେ ଭୟାନକ ତା’ର ରୂପରେଖ ଗଣ-ବିପ୍ଳବ ହିଁ ଆଙ୍କିପାରେ।

 

ଶେଷରେ ତାହା ହେଲା। ଟେନିସ ପଡିଆରେ ଶପଥ ପର୍ବ ପାଳନ ପୂର୍ବକ ବିପ୍ଳବର ମୂଳଦୁଆ ପଡିଲା। ଇତିହାସ କହି କାନ୍ଦିପକାଏ, ହଁ, କୀନ୍ଦି କାନ୍ଦି କେତେ କାନ୍ଦିବ! ଆଖିରୁ ପାଣି ମରିଗଲା; ଦୁଃଖର ଶେଷ ନାହିଁ। ଚାରିଆଡେ କୁଶାସନର ବିକଟାଳ ରଡି, କାଳର ପହରା, ଶୋଷଣର ଗରମ ବାମ୍ଫ ସତେ ଏଇ ସବୁ ତାକୁ ଜାଳିଦେଉଥିଲେ; ସେ ମରନ୍ତା କୁଆଡୁ! ସେ ପରା ଆସନ୍ତାକାଲି ପାଇଁ ଇତିହାସ।

 

ସେ ଖୋଜିପାଇଲା କଷ୍ଟକୁ ସାଧାରଣ ଜନତାର ଛାତିର ଚାରି ପାଖୁଡା କୋରଡ ଭିତରେ, ରକ୍ତରେ ଭିଜି ସାରିଥିଲା, ଶୋଷଣର ଗନ୍ଧରେ ସେ ଚାଲିଆସିଲା ଆଉ ତାଣ୍ଡବ ରଚିଲା ବାସ୍ତିଲ ଦୁର୍ଗରେ! ଅନ୍ଯାୟ ବ୍ଯଭିଚାର ବାସ୍ତିଲ ପତନ ର କାରଣ ପାଲଟିଲେ। ସତେ ଯେପରି କେଉଁ ସ୍ଥିତପ୍ରଜ୍ଞ ଋଷି ସମୟ ପୂର୍ବରୁ ସମାଧି ତ୍ଯାଗ କରି ଅନ୍ଯାୟର ସୀମା ଲଙ୍ଘନକୁ ରୋକିଦେଇଛି! ଜନତାଙ୍କ ଅସହିଷ୍ଣୁ ହେଲେ। ଇତିହାସ ଦେଖିନେଲା ଆଉ ଏକ ନ୍ଯାୟର ଫର୍ଦ୍ଦ ଆବୋରିନେଲା ନିଜ କୋଳକୁ।

 

*ତା’ପରେ ସଙ୍ଘଟିତ ହେଲା ଫରାସୀ-ବିଦ୍ରୋହ। ରାଜପରିବାର ସହିତ କିଛି ସମ୍ପର୍କ ରଖିଥିବା ହେତୁ ମେରୀ ହେଲେ କାରାରୁଦ୍ଧ; କିନ୍ତୁ ବେଶି ଦିନପାଇଁ ନୁହେଁ। ଗିଲୋଟିନ୍ ଯୋଗେ ଜଣକପରେ ଜଣେ ପ୍ରକୃତ ଓ ଅପ୍ରକୃତ ବିପ୍ଳବ-ବିରୋଧୀ ବ୍ୟକ୍ତିମାନଙ୍କ ମୁଣ୍ଡକାଟ ଆରମ୍ଭ କରିଦେଇ ଦୂରଦର୍ଶୀ ବିପ୍ଳବୀମାନେ ଭାବିଲେ, ସେଇ ବିଖ୍ୟାତ ବଳିମାନଙ୍କର ଆକୃତି ଭବିଷ୍ୟତ ସକାଶେ ସଞ୍ଚିତ କରି ରଖିଯିବା ଉଚିତ୍।ବନ୍ଦୀଶାଳାରୁ ମେରୀଙ୍କୁ ତଲବ୍ କରାଗଲା।ପ୍ରତିବାଦ କରିବାର ଉପାୟ ନାହିଁ। କମ୍ପିତ ହାତରେ ମେରୀ ଏକ ପରେ ଏକ ଛିନ୍ନ ମୁଣ୍ଡରୁ ଛାଞ୍ଚ ନେବାକୁ ଲାଗିଲେ। କେବେ କେବେ ଗଭୀର ରାତିରେ ଏକାକିନୀ ତାଙ୍କୁ ସେ କାମ କରିବାକୁ ପଡ଼ିଛି। କ୍ରମେ ଅଭ୍ୟାସ ହୋଇଗଲା; ଆଉ ହାତ କମ୍ପିଲା ନାହିଁ; ଏପରିକି ସ୍ୱୟଂ ସମ୍ରାଟ୍ ଷୋଡ଼ଶ ଲୁଇ ଓ ରାଣୀ ମେରୀ ଆନ୍ତୋନିଏତ୍‌ଙ୍କ ଛିନ୍ନ ମୁଣ୍ଡର ଛାଞ୍ଚ ନେବାବେଳେ ମଧ୍ୟ ନୁହେଁ।*

ଲୋପ ପାଇଲା ରାଜତନ୍ତ୍ର। ଆଧୁନିକ ଗଣତନ୍ତ୍ର ସ୍ଥାପନ ହେଲା। ଗଣତନ୍ତ୍ରକୁ ରାସ୍ତା ଫିଟିଲା। ଗଣତନ୍ତ୍ରର ଏ ଅସରନ୍ତି ରାସ୍ତାରେ ଅନେକ ରାଷ୍ଟ୍ର ପାଦ ରଖିଲେ। ଏଇ ତ ଜନ୍ମଦେଲା ଜର୍ମାନୀ ଏକତ୍ରୀକରଣ। ଏହାର ଏକ ଶତାବ୍ଦୀ ପୂରଣ ନହେଉଣୁ ଇତିହାସ ପୁଣି ଜନ୍ମଦେଲା ଅନେକ ଆନ୍ଦୋଳନ ଏ ଭରତର ଭୂମି ଭାରତରେ ଆଉ ଆବୋରି ନେଲା ଅହିଂସାକୁ! ହଁ, ଅହିଂସାର ବିପ୍ଳବ ଗଣ ବିପ୍ଳବ; ନିଜକୁ ପୁଣି ବଦଳାଇଲା ଆଗାମୀ ଦିନ ରେ ବି ବଦଳାଇବ ଏକ ନୂତନ ପ୍ରକ୍ରିୟା ସହ…..।।

 

 

 

 

ରୁଦ୍ର ନାରାୟଣ ଦାଶ, ଖୋର୍ଦ୍ଧା

Loading

Leave a Reply

Your email address will not be published. Required fields are marked *