ଈଶ୍ୱର ଦାନ
ଶରତ ଚନ୍ଦ୍ର ପଣ୍ଡା
ଭବିଷ୍ୟଜ୍ଞାତା ସହଦେବ କହିଲେ
ଜଗନ୍ନାଥ ଦେବତାଙ୍କୁ,
ପବନ କୁମର ଈଶ୍ୱରେ ମାଗନ୍ତୁ
ସିଂହନାଦର ରଡିକୁ ।
ଗୋବିନ୍ଦ କହିଲେ ଏବେ ତ ଭୀମକୁ
ବିଶ୍ୱନାଥେ ବରମାଗ,
ଯେଉଁ ଶବ୍ଦେ ମାନଗୋବିନ୍ଦ ବାହାର
ସରୋବରୁ ହେବ ଆଗ ।
ତୃତୀୟ ଧ୍ୟାନେଣ ଚିନ୍ତିଲା ଈଶ୍ୱର
ଶୂଳପାଣିସନ କମ୍ପେ,
ଧ୍ୟାନେ ପଞ୍ଚାନନ ଜ୍ଞାନ୍ତ ହ୍ଵନ୍ତେ ଦେବ
ପାର୍ବତୀ ମାତାଙ୍କୁ ସମ୍ପେ ।
ଆମ୍ଭ ସିଂହନାଦ ବୀର ବୃକୋଦର
ମାଗେ କରହେ ବିଚାର,
ହିମାଦ୍ରୀ ବୋଲନ୍ତି ଉପୁଗାରି ସିଏ
କୈଳାଶ କଲେ ଉଦ୍ଧାର ।
ଦିଅ ସତ୍ୟ ଧର୍ମ ସ୍ଥାପନର ହେତୁ
ପାପ କ୍ଷୟ ଆର୍ଯ୍ୟାବର୍ତ୍ତ,
ପାଣ୍ଡବର ହେତୁ ତୁମ୍ଭେ ବ୍ରତିଅଛ
ନାଶ କର ତାଙ୍କ ଶତ୍ରୁ ।
ଈଶ୍ୱର ନାଦେ ବୋଇଲେ ତିନି ଘାନ୍ତି
ମାତ୍ରକ ଭୀମେ ଦେଇବୁ,
ତଦ ପରେ କପିଳାସେ ଲେଉଟି
ଚିରିକୂଟିରେ ପଶିବୁ ।
ସିଂହନାଦ ଗମନ୍ତେ ଯେ ପ୍ରସରଇ
ଅବନୀମଣ୍ଡଳେ ବାୟୁ,
ଦଶଦିଶ ଭୟଙ୍କର ରୂପ ପ୍ରତେ
ସତେ କାଳାନଳ ଆଉ ।
ଆଦିତ୍ୟହୁଂ ସତେ ଗୁଣ ପ୍ରଖରରେ
ତେଜୋବନ୍ତ କରଇରେ,
ଧରିତ୍ରୀ ମଣ୍ଡଳେ ଅନ୍ତରୀକ୍ଷ ପରେ
ଉପସ୍ଥିତ ସରୋବରେ ।
ଯାଜପୁର