ପୁରୁଷ ଜୀବନେ ନାରୀ
ଜିତେନ୍ଦ୍ର ଜେନା
ନାରୀ ଟିଏ ଆସେ ପୁରୁଷ ଜୀବନେ
ପ୍ରଥମେ ଜନନୀ ହେଇ,
ପାଳି ପୋଷି କରେ ଛୋଟରୁ ବଡ଼ ସେ
ସେନେହ ମମତା ଦେଇ..।।୧।।
ଦ୍ଵିତୀୟ ରେ ଆସେ ଭଗିନୀ ହେଇ ସେ
ବାନ୍ଧଇ ରାକ୍ଷୀ ର ଡୋରି,
ଭାଇ ଭଉଣୀର ସମ୍ପର୍କ ଯେମିତି
ଚଢ଼େଇ ର ଡେଣା ପରି..।।୨।।
ତୃତୀୟ ରେ ଆସେ ବାନ୍ଧବୀ ହେଇ ସେ
ବନ୍ଧୁତା ହାତ ବଢ଼ାଏ,
କେବେ ମିଳାମିଶା କେବେ ରାଗ ଋଷା
ବନ୍ଧୁ ଧର୍ମ ପାଳିଥାଏ..।।୩।।
ଚତୁର୍ଥ ରେ ଆସେ ପ୍ରେମିକା ହେଇ ସେ
ପ୍ରେମିକ ସଜେଇ ଦିଏ,
ଭଲ ପାଇବାକୁ ଅନୁମତି ଦେଇ
ମନକୁ ଚୋରେଇ ନିଏ..।।୪।।
ପଞ୍ଚମ ରେ ଆସେ ସ୍ତ୍ରୀ ଟିଏ ହେଇ
ଶଙ୍ଖା ଓ ସିନ୍ଦୂର ପିନ୍ଧି.
ସବୁବେଳେ ଚାହେଁ ପ୍ରୀତି ବନ୍ଧନରେ
ସ୍ବାମୀ କୁ ରଖିବ ବାନ୍ଧି..।।୫।।
ଷଷ୍ଠ ରେ ସେ ଆସେ କନ୍ୟା ରତ୍ନ ହେଇ
ବୁଝେ ବାପା ମନ କଥା,
ବାପଘରୁ ଯାଏ ଶାଶୁଘର ବୋଲି
ନାମ ତା ଅଟେ ଦୁହିତା..।।୬।।
ସପ୍ତମ ରେ ଆସେ କୂଳ ବଧୂ ହେଇ
ନିଜ ଜନ୍ମସ୍ଥାନ ଭୁଲି,
ସମସ୍ତଙ୍କ ମନ ନେଇ ଚଳେ ସିଏ
ପରକୁ ନିଜର କରି..।।୭।।
ଅଷ୍ଟମ ରେ ଆସେ ନାତୁଣୀ ହେଇ ସେ
ପରିବାର ହସି ଉଠେ,
ଜେଜେ ସାଥେ କରେ କେବେ ଥଟ୍ଟା ମଜା
କହେ ମିଠା କଥା କେତେ..।।୮।।
କେତେ ରୂପ ତୋର କେତେ ଯେ କାହାଣୀ
ଜାଣେ ଏ ସାରା ଜଗତ,
ଦେବୀ ମାଆ ପରି ପୂଜନୀୟା ତୁହି
ତୋ ଚରଣେ ଦଣ୍ଡବତ..।।୯।।
ବରୀ
ଯାଜପୁର
107 total views, 1 views today