ନାରୀ
ମନୋଜ କୁମାର ଦାସ
ପରିବର୍ତ୍ତନଶୀଳ ଦୁନିଆ
ଦିନ ଥିଲା ଝିଅ ଜନ୍ମହେଲେ
ଘରେ ଖୁସିର ଲହରୀ ଖେଳେ ।
ସେହି ଝିଅ ଛୋଟରୁ ବଡ଼ ହୁଏ
ଶାଶୁ ଘର ଯିବା ଜୀଵନର ଲକ୍ଷ୍ୟ
ନାରୀ ଭୂମିକାରେ ହୁଏ ଅବତୀର୍ଣ୍ଣ ।
ସେ ଏମିତି ସାଜିଥାଏ ଜୀବନେ
ଦୁନିଆ ଆଖିରେ ମା ‘, ଭଗିନୀ,
ଜାୟା, ସଙ୍ଗିନୀ ଅଭିନୟରେ ।
ନାରୀ ସୃଷ୍ଟି ରକ୍ଷା ପାଇଁ ଲୋଡ଼ା
ଦୁଃଖ ଯନ୍ତ୍ରଣା ସହିବାକୁ ପଡେ
ସ୍ୱାଧୀନତା ପାଇଁ ସଂଗ୍ରାମ କରେ ।
ସଂସାରର ମଙ୍ଗଳ ଆନନ୍ଦରେ
ଆଖିର ଲୁହକୁ ଉଠ ପିଉଥାଏ
ଅବ୍ୟକ୍ତ ଯନ୍ତ୍ରଣାରେ ମୁହଁରେ ହସ
ନିଜେ ନ ଖାଇ ଅନ୍ୟକୁ ଖୁଆଏ
ପରିବାର ପାଇଁ ଶୁଭ ମନାସେ
ନାରୀ ନୁହେଁ ମଙ୍ଗଳମୟୀ ମା ‘ ।
ଆଳିଜଂଗା
କପାଳେଶ୍ବର
ଠାକୁରପାଟଣା
କେନ୍ଦ୍ରାପଡ଼ା