ମନର ମଣିଷ
…………..
ଭଲପାଅ ଯଦି ସତରେ ଆଜିବି
ଆସିବ ଗୋ ତୁମେ ଫେରି
ସେଦିନ ଯେମିତି ମନ ହୃଦୟକୁ
କରି ନେଇଥିଲ ଚୋରି।
ବାନ୍ଧିଥିଲ ବେଣୀ ତାସାଥେ ଗଜରା
କରି ପ୍ରେମ ନିବେଦନ
ଭୁଲି ଯିବନାହିଁ ଦେଇଥିଲ ରାଣ
ସାଇତିବ ଚିର ଦିନ।
ଭୁଲିକି ପାରୁଛି ସେଇ ମୁହୂର୍ତ୍ତ କୁ
ନିରୋଳାରେ ଥିଲେ ବସି
ଆଖି ପଲକରେ ଝଲସି ଉଠଇ
ସେଦିନଠୁ ଆଜି ବେଶୀ।
ଦୂରେ ଥିଲାବେଳେ ଆନମନା କରି
କାହିଁ ବେଶୀବେଶୀ ଖୋଜ
ମନର ମଣିଷ ମନତଳେ ରହି
ଭରି ଦେଉଥାଅ ଲାଜ।
ଲାଜରେ ଲାଜରେ ଅତି ସରାଗରେ
ଭରିଯାଏ ଯେଉଁ ଛୁଆଁ
ଅନୁଭଵ ବିନା କହି ସେ ହୁଏନା
ପ୍ରତିଥର ଲାଗେ ନୁଆ।
ପ୍ରୀତିର ପରସେ ଭିଜିଗଲା ପରେ
ପୁଲକିତ ହୁଏ ଦେହ
ଜହ୍ନ ସାଥେ କଇଁ ଯେମିତି ବନ୍ଧନ
ସେ ପରା ଆମର ନୁହଁ।
ସରୋଜ କୁମାର ସାହୁ
ଆଠଗଡ଼ .କଟକ