ମାଲଖମ୍ବ ନୃତ୍ୟ
ଭାରତ ମୋର ଜନ୍ମଭୂମି ରେ
ଓଡ଼ିଶା ମୋହର ଘର
ସମସ୍ତେ ଏଠି ଆପଣାର ମୋର
ନୁହଁନ୍ତି କେହି ପର
ସୂର୍ଯ୍ୟ ଉଏଁ ଏଠି ସକାଳ ହେଲେ
ଦିଏ ସେ ସୁନେଲି ଖରା
ସନ୍ଧ୍ୟା ହେଲେ ଏଠି
ଆକାଶରେ ଫୁଟିପଡ଼ନ୍ତି କେତେ ଯେ ଜହ୍ନ ତାରା
ସବୁ ରାଜ୍ୟ ଠାରୁ ସ୍ୱତନ୍ତ୍ର ଏ ରାଜ୍ୟ
ଓଡିଶା ତାହାର ନାମ
ବୀର ପୁତ୍ର କୁ ସେ ତିଆରି କରେ
ରଖିବୁ ତାହାର ନାମ
କଳା ସଂସ୍କୃତି ମୋର ପରିଚୟ
ତା ପାଇଁ ହୁଏ ମୁଁ ଗର୍ବିତ
ଓଡିଶା ର ନାମ ଶୀର୍ଷ ରେ ରଖିବି
ଦିଅ ପ୍ରଭୁ ମତେ ଧର୍ଯ୍ୟ
ମାଲଖମ୍ବ ନୃତ୍ୟ ସମସ୍ତ ଙ୍କ ପ୍ରିୟ
ସଭିଏଁ କରନ୍ତି ଆଦର
ଏହି ନୃତ୍ୟ ଆମ ଶୀର୍ଷ ରେ ପହଁଞ୍ଚି
କରୁ ଓଡ଼ିଶାର ଜୟଗାନ
ଲିଖନୀ ମୁନ ମୋ ଥରିଯାଏ ଏଠି
ନାହିଁ ମୋ ପାଖରେ ଶବ୍ଦ
ମାଲଖମ୍ବ ନୃତ୍ୟ କଳା କୀର୍ତ୍ତି ଦେଖି
ଜାଗ୍ରତ ହୁଏ ମୋ ବୀରତ୍ୱ ଭାବ
ସରୋଜିନୀ ସୂତାର,
ଜଗତସିଂହପୁର