ହଳେ ଜୋତା
ନିକାଞ୍ଚନ ରାସ୍ତା କଡରେ
ଲେଉଟା ନାବପରି
ପଡି ରହିଥାଏ ହଳେ ଜୋତା
କେହି ଜଣେ ଫିଙ୍ଗି ଦେଇଥାଏ
କେହି ଜଣେ ଭୁଲି ଯାଇଥାଏ
ତାର ପରିଚୟ ହରାଇ
ବଦଳିଗଲା ପରେ ରୂପ ।
ଏବେ ସଭିଁଙ୍କ
ହତାଦରରେ ହୁଏ ଭାଗ
ତାର ଦେହ ରଙ୍ଗ ଅବଶେଷ
ବଣ ରୁ ପାହାଡ ମାଟିରୁ ପବନ
ଯେଉଁ ଗନ୍ଧ ଖେଳେ ତାର ଚତୁଃପାର୍ଶ୍ବେ
ସବୁତକ ମଣିଷର ବଳକା ନିଶ୍ବାସ।
ଗଛ ଦେଖେ ପକ୍ଷୀ ଦେଖେ
ବାଲି ଗୋଡି କେମିତି
ବୋଳି ହୁଅନ୍ତି ପବନ ସହ ମିଶି
ତାର ଅଲୋଡା ଦେହରେ
ସେ ଖୋଜି ପାଏନା ଅତୀତ
ଯାହା ତା ପାଇିଁ
ଭେଟି ଦେଇଛି ଅନ୍ଧାର
ଆଉ ଏକାଏକା ହଜିବାର ପଥ।
ସରୋଜ କୁମାର ସାହୁ
ଆଠଗଡ଼ .କଟକ