ଏମିତି ସମୟ
ମନୋଜ କୁମାର ଦାସ
ସମୟର ଖେଳ
ଅପେକ୍ଷା କରେ ନାହିଁ
ତା ‘ ଜୀବନରେ
ସେ ନିର୍ଭୁଲ, ନିର୍ଘଣ୍ଟ
ପରିବର୍ତ୍ତନର ପଥରେ
କ୍ୟାଲେଣ୍ଡରରେ
ପଞ୍ଜିକାରେ
ଭାଗ୍ୟ ରେଖାରେ l
କଦାପି ଭାବନି
ଛାଇ ଆଲୁଅର ଖେଳ
ଏଇ ନିୟତିର ନିୟମ
ସମୟ କାହାକୁ ଅପେକ୍ଷା କରେ ନାହିଁ
ପଛକୁ ଫେରିନାହିଁ ଜୀବନେ l
ସମୟ ବୁଝିଛି ଆୟୁଷକୁ
କର୍ମର ଫଳକୁ
ମୂଲ୍ୟବୋଧକୁ
ଏମିତି ସମୟ ଆସୁଥାଉ
ପରିବର୍ତ୍ତନର ବାର୍ତ୍ତା ନେଇ
ସମାଜର ମଙ୍ଗଳ ପାଇଁ l
************************
ଆଳିଜଙ୍ଗା, କପାଳେଶ୍ବର,
କେନ୍ଦ୍ରାପଡ଼ା
9837178755