ମନ ଲଳନା
ସେ’ ମଞ୍ଜୁକେଶୀ ମେଘବର୍ଣ୍ଣା ମନୁଆ ମନୋଜ’ ମନ-ଲଳନା
ମର୍ତ୍ତ୍ୟାଲୋକେ,”ମନସ୍ୱିନୀ” ଗିରି ମଞ୍ଜୁସାରୁ ହୋଇଛି ଉତ୍ପନା
ଝିଅ ସେ ରୂପା ନଗରୀର ଆଶୀର୍ବାଦିତା ମେପଲର ତୋଡା
ତା’ ଇଙ୍ଗିତରେ ବନ୍ଦହୁଏ ଏଠି, ପୌଷ ମାସର ପତ୍ରଝଡା।।
ମାଗିପାରେ ସୁ-ମଘ,ମାଘ ମାସ ଆକାଶରେ ଭସା ମେଘକୁ
ଇର୍ଷାରେ ଖତେଇ ହେଉଛି, ଜହ୍ନ ଅପେକ୍ଷାରେ ଥିବା କଇଁକୁ
ଲକ୍ଷେ ହେନା ସୁଗନ୍ଧିତା, ରଜନୀ’ର ସୁଷମା ସେ’ ଜିଣି ପାରେ
ଟିକେ ଆଶ୍ଲେଷେ ସରଜେ ସ୍ୱର୍ଗ ଲୁ’ମୟ ଅଶାନ୍ତ ସାହାରା’ରେ।।
ମଉଳା ମନକୁ ଦିଏ ସଂଜୀବନି, ଆଖିକୁ କୋଟି ଅଞ୍ଜନ
କାନ ଡେରି ଶୁଣିଲେ ଶୁଭେ, ପ୍ରେମର ସେହି ପୀରତି ବିଷାଣ
ଭିଜାଏ ଜନଝା୍ ତପ୍ତ ତନୁକୁ, କାଦମ୍ଭିତ କରେ ସୃଜନ
ପ୍ରୀତି ପଲ୍ଲବରେ ପଲ୍ଲବୀତ ହୁଏ ଦେହ, ମନ ଓ ଯୌବନ।।
ଭୁଲି ବାସ୍ତବତା, ଲଭିବାକୁ ଚାମୁଚେ ଉଷୁମ ପ୍ରେମସୁଧା
କଳ୍ପନା ରଙ୍ଗେ ଉନ୍ମତ୍ତ ହୁଏ, ଉଦରେ ଅଶାନ୍ତ ପ୍ରୀତି କ୍ଷୁଧା।।
ମନୋଜ କୁମାର ପଣ୍ଡା
ପ୍ରତିଷ୍ଠାତା, ସମ୍ପାଦକ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ