ମଥେ ରହୁ ସଦା ତୋ ପ୍ରିତୀ ଆଞ୍ଜୁଳୀ :-
(ମୋ ଗେଲୁ ମା)
ମନ ତୋର ବୃନ୍ଦାବନ ପବିତ୍ର ତୁଳସୀ
ମୁକୁତା ରେ ଭରା ତୋର ସେନେହ କଳସୀ ।।
ପଣତ ର ସ୍ନେହାଶିଷେ ବାନ୍ଧିଛୁ ସଂସାର
ଗଗନ ବି ପାଦ ଛୁଇଁ କରେ ନମସ୍କାର ।।
ଆଶିଷ ତୋ ଗଙ୍ଗା ପରି ଚିର ସୁହାସିନୀ
ସେନେହ ର ଡୋରିରେ ତୁ କରିଛୁ ବନ୍ଦିନୀ ।।
ଶାଶ୍ଵତ ଶୀତଳ ତୋର ମଧୁଝରା ପ୍ରେମ
ସାଗର ଠୁ ଗଭୀର ମା କିଏ ହେବ ସମ।।
ତୋ ହୃଦୟେ ଭରି ଥାଏ ବାତ୍ସଲ୍ୟ ମମତା
ମାଆ ସ୍ଥାନ ପାଇବାକୁ କାହାର କ୍ଷମତା ।
ତୋ ଚରଣ ଧୂଳିରେ ମାଆ ହେବି ମୁଁ ପବିତ୍ର
ମିଛରେ ଧାଇଁବି କାହିଁ ଗଙ୍ଗା ଗୟା କ୍ଷେତ୍ର।।
ତୋ ପାଦ ପଡେ ଯହିଁ ପବିତ୍ର ସେ ସ୍ଥଳି
ମୋ ମଥାରେ ସଦା ରହୁ ତୋ ପ୍ରିତୀ ଆଞ୍ଜୁଳୀ।।
ତୋର ସ୍ନେହ କାଙ୍ଗାଳିନୀ
କନ୍ଯା. ………ପଦ୍ମାବତୀ ସ୍ଵାଇଁ ବଡରଂପାସ କେନ୍ଦୁଝର 💕💕💕💕💕