*°•ବୋଉ•°*
ବୋଉ ଶବ୍ଦରେ କେତେ ଯେ ସାନ୍ତ୍ବନା
ଯେ ଡାକିଛି ପାରିଛି ବୁଝି
ପଣତେ ତାହାର ଲୁହ ପୋଛିଦିଏ
ଏକା ବୋଉ ମୋ ନିଜର ଆଜି।
ସୁଆଦିଆ ଖାଦ୍ୟ ରାନ୍ଧୁଥାଏ
ବସି ନିଇତି ରୋଷେଇ ଘରେ
ଜୀବନରେ ତା’ର ଅବସର ନାହିଁ
ବୋଉ ପରି ଦପ୍ତର ନାହିଁରେ।
ଦୁନିଆଟା ଯାକ ହାତ ଧରିଥାନ୍ତି
ଖାଲି ସ୍ବାର୍ଥ ହାସଲ ପାଇଁ
ସଭିଏଁ ଯାଆନ୍ତି ମୁହଁ ମୋଡି ଦେଇ
ବୋଉ ଛାଡି ଯାଏ ନାହିଁ।
ବୋଉ ପରି ସ୍ନେହୀ ଦେଖିନାହିଁ କାହିଁ
ଦୁଃଖ ସବୁ ବୁଝିନିଏ
ହୃଦୟଟା ତା’ର ଗଙ୍ଗାଠୁଁ ପବିତ୍ର
ମମତାର ସିନ୍ଧୁ ସିଏ।
ସବୁ ଯନ୍ତ୍ରଣାକୁ ସହିପାରେ ମୁହିଁ
ବୋଉ ଥିଲେ ପାଖେ ମୋର
ଜିଇଁଥିବା ଯାଏଁ ଛାଇ ତାର ହେବି
ନ ହେବି ତା ଠାରୁ ଦୂର।
ଝିଅଟିଏ ଭାବି ଘୃଣା ସେ କରିନି
ଦେଇଛି ମତେ ପ୍ରେମ
ମନ ମନ୍ଦିରରେ ପୂଜା ପାଏ ନିତି
ମୋ ବୋଉର ନାହିଁ ଅପରୂପ।
*ପୂଜାରାଣୀ ନାୟକ,ଯାଜପୁର*