ଅପେକ୍ଷା
ଅପେକ୍ଷା ର ଅନ୍ତ ହେବ କୀ ନହେବ
ତାହା ଜଣା ନାହିଁ ମତେ
ତଥାପି ରହିଛି ତୁମ ବାଟ ଚାହିଁ
ଅମାନିଆ ମନ ସତେଦେଇଛ ଗଭୀର ଯନ୍ତ୍ରଣା ଯେ ମତେ
ଉପଶମ ତାର ନାହିଁ
ବିଦିର୍ଣ୍ଣ କରିଛ ଆତ୍ମାକୁ ମୋହର
ନିଆଁ ରେ ଘିଅ କୁ ଢାଳିଅପେକ୍ଷା ମୋହର ଅଶାନ୍ତ ସମୁଦ୍ର
ଅନ୍ତ ବୋଧେ ତାର ନାହିଁ
ଅପେକ୍ଷା ବି ଆଜି ସମୟ କୁ ଲୋଡେ
ଉତ୍ତର ଖୋଜିବା ପାଇଁବିଶ୍ବାସ ଆଉ ଭରସା ର ଡଙ୍ଗା
ସଂସାର ପାଇଁ ଜରୁରୀ
ଗୋଟେ ଛାଡ଼ି କରି ଅନ୍ୟଟି ଅଲଗା
ନ ହେବା ଅତି ଜରୁରୀଆଖି ଖୋଜେ ଆଜି ନିଦ୍ରା ଟିକେ ପାଇଁ
ନିଦ ନାହିଁ ଏ ଆଖିକୁ
ଅନ୍ତର ବେଦନା ପ୍ରଜ୍ବଳିତ ହୁଏ
ଦହନ କରି ମନକୁଅପେକ୍ଷା ର ଅନ୍ତ ହେବନାହିଁ ବୋଧେ
ମନକୁ ବୁଝାଇ ଦିଅ
ଆତ୍ମାକୁ ତୁମର ଶୃଙ୍ଖଳିତ କରି
ମୁକ୍ତ ଆକାଶରେ ଜିଅଶତାବ୍ଦୀ ବଳ ✍️
ଯାଜପୁର