ସଂପର୍କ
######
ଅନେକ ସଂପର୍କ ଗଢ଼ି ଉଠିଥାଏ
ଏହି ଜୀବନ ର କାଳ ରେ,
ସ୍ନେହ, ପ୍ରୀତି, ଶାନ୍ତି, ବିଶ୍ୱାସ ଥିଲେ
ଖୁସି ରେ ରହିବା ଏହି ଧରାରେ।
ମାତା ସନ୍ତାନ ଙ୍କ ସଂପର୍କ ଅଟଇ
ଏହି ଜୀବନ ରେ ଅତି ଦୁର୍ଲଭ,
ଜନମ ଦାତ୍ରୀ ସିଏ ମନକୁ ବୁଝନ୍ତି
ତାଙ୍କ ପରି ଆଉ କିଏ ହେବ ?
ପିତା ଅଟନ୍ତି ନଭ ସହ ସମାନ
ବିଶାଳ ଅଟେ ତାଙ୍କ ହୃଦୟ,
ନିଜ କଷ୍ଟ କୁ ନକରି ଖାତିର
ସନ୍ତାନ କୁ ଦିଅନ୍ତି ନିଜସ୍ଵ ପରିଚୟ।
ପରିବାର ରୂପକ ବଗିଚାରେ ପରା
ଭାଇ ଭଉଣୀ ଅଟନ୍ତି ଫୁଲ ସଦୃଶ,
ପରସ୍ପର ଭିତରେ ଥାଏ ସ୍ନେହ ସଂପର୍କ
ନଥାଏ ମନ ରେ ରାଗ ଓ ରୋଷ।
ଜୀବନ କାଳ ରେ ଗୋଟିଏ ବନ୍ଧୁ
ରହିଥାଏ ସଭିଙ୍କ ଜୀବନ ରେ,
ଅନାବିଳ ସଂପର୍କ ରହିଥାଏ ସଦା
ହାତ ଛାଡି଼ କେବେ ନ ଯାଏ ଦୂରେ।
ଗୁରୁ ଶିଷ୍ୟ ର ସଂପର୍କ ଅଟଇ
ସଂସାର ରେ ଅତି ପବିତ୍ର,
ଗୁରୁ କଥା ମାନି ବାଟ ଚାଲୁଥିଲେ
ପାଇବ ସେ ଶିକ୍ଷିତ ଜୀବନର ସୁତ୍ର ।
ଏମିତି ସଂପର୍କ ଜୀବନେ ମିଳିଲେ
ଧନ୍ୟ ହୋଇବ ମାନବ ଜୀବନ,
ସ୍ନେହ, ପ୍ରେମ ସହ ମିଶି ରହୁଥିଲେ
ଦରକାର ପଡ଼େ ନାହିଁ କିଛି ଧନ।
ସୁଶ୍ରୀ ଶୁଭସ୍ମିତା ମହାନ୍ତି।🖋️
(ନବରଙ୍ଗପୁର)