ସଂସ୍କୃତି ଆଜି ଧକେଇ କାନ୍ଦୁଛି
ଶକ୍ତିଦା ବିଷୋୟୀ
***********************
ଭାରତ ସଂସ୍କୃତୀ ମରତରେ ନାହିଁ ଷୋଡ଼ଶ ସଂସ୍କାର ଜୀବନ ଆମ
ସଂସ୍କାର ହଜିଲା ବିଚାର ଫସିଲା
ନାମ ମାତ୍ରକୁ ଯେ ହୁଏ ବିଧାନ।।
ମନ୍ତ୍ର ପାଠ ଶ୍ଳୋକ ସଂସ୍କାର ମହତ୍ବ
ଅପ ସାଂସ୍କୃତିକ ବିଦେଶୀ ଢାଞ୍ଚା
ଭାରତୀୟ ନାରୀ ଡ୍ରେସ୍ ପିନ୍ଧିଲେଣି
ଡାଡି ମମୀ ଡ଼ାକ ପୁରଣ ବାଞ୍ଛା।।୨
ଗର୍ଭରେ ସଂସ୍କାର ନାମିତ କରଣ
ଅର୍ଣ୍ଣ ପ୍ରାସନ୍ନ ସବୁ ପାଇଲା ଲୋପ
ଖାଲି ପାଳୁଛନ୍ତି ଜନମ ଦିବସ
ମହମ ଲିଭାଇ ଟେକ୍ କାଟ।।୩
ଗୋ ମାତା ପୋଷିଲେ ଅଡୁଆ ହେଉଛି
କୁକୁର ପୋଷିକି ଭାରି ଆଦରେ
ଆଧୁନିକ ତାରେ ଇଂରାଜୀ ପାଠକୁ
(ପିଲାଙ୍କୁ)ପଢାଇ ଗଢନ୍ତି ସେହି ଢାଞ୍ଚାରେ।।୪
ବିଦେଶକୁ ଯିବେ ଚାକିରି କରିବେ
ବହୁ ରୋଜଗାର ନିଶା ମନରେ
ଆପଣା ଦେଶର ମହତ ରଖିବା
ନଜର ନାହିଁ ସଂସ୍କାର ଉପରେ ।।୫
ଗୁରୁ ଜନେ ଭକ୍ତି ଲଘୁ ଜନେ ସ୍ନେହ
କର୍ତ୍ତବ୍ୟ ର ନାହିଁତ ପରା କାଷ୍ଠା
ହଜି ଆସିଲାଣି ଭାତ୍ରୁ ଭଗ୍ନୀ ଭାବ
ନୀତି ନୀୟମ ରେ ନାହିଁ ତ ନିଷ୍ଠା।।୬
ହରାଇ ବସିଛେ ମାନବିକ ଗୁଣ
ଧକେଇ କାନ୍ଦୁଛି ଆଜି ସଂସ୍କୃତି
ଭାରତ ସଂସ୍କୃତୀ ଅତିବ ମହାନ
ସଂସ୍କାର ଉପରେ ରଖିବା ଦୃଷ୍ଟି।।୭
ଶକ୍ତିଦା ବିଷୋୟୀ