ଦୋଷ ଦିଅ ନାହିଁ
ହେ ସମୟ
କେମିତି ବିତୁଛି
ଏ ମଣିଷ ଜୀଵନ,
କେବେ ପଚାରି ବୁଝିଛୁ
ଭଲ ମନ୍ଦ ଖବର
ତୁ କୁଆଡେ ଏମିତି ବ୍ୟସ୍ତ
ଅପେକ୍ଷା କରୁନାହୁଁ ଜୀବନେ
ପଛକୁ ଫେରି ବୁଝିବାକୁ l
ଈଶ୍ୱର ଗଢ଼ିଛନ୍ତି କେମିତି
ଅନ୍ୟ ମାନଙ୍କ ଠାରୁ ଭିନ୍ନ
ଜାତକରେ ନାହିଁ ପଛକୁ
ବଢ଼ିବାରେ ଧର୍ମ କର୍ମ ଆଗକୁ l
ସମାଜ ଦୋଷ ଦିଏ
କାହଁକି କେଜାଣି
ଭାବେ ଦୋଷ ରହିଲା କେଉଁଠି
ସମସ୍ତଙ୍କ ସହ ସମୟ
ପଛକୁ ନଚାହିଁ
ଆଗକୁ ବଢ଼ିଚାଲ
ସମୟର ହାତ ଧରି
ସଂକଳ୍ପ ନେଇ
ଭାଗ୍ୟକୁ ଭରସା କରି l
ମନୋଜ କୁମାର ଦାସ
ଆଳିଜଙ୍ଗା, କପାଳେଶ୍ବର,
କେନ୍ଦ୍ରାପଡ଼ା