ଆତ୍ମା ଯେବେ ଗାଏ ଗୀତ
ଗୌରୀ ବେହେରା
“””””””””””””””””””””””””””””””””””
ଆତ୍ମା ଯେବେ ଗାଏ ଭକ୍ତିର ଗୀତ
ଭକ୍ତର ପ୍ରାଣ ହୁଏ ଆହ୍ଲାଦିତ
ଆତ୍ମା ସହ ପରମାତ୍ମା ର ହୁଏ ମିଳନ
ଯୁଗ ଯୁଗର ସ୍ଵପ୍ନ ତାର ହୁଏ ପୂରଣ ।
ଆତ୍ମା ଯେବେ ଗାଏ ପ୍ରେମ ର ଗୀତ
ଦୁଇ ମନ ଓ ପ୍ରାଣ ହୁଏ ଏକତ୍ରିତ
ସାତ ରଙ୍ଗରେ ମନ ସଜେଇ ହୁଏ
ପ୍ରେମର ଦୋଳିରେ ଝୁଲନ୍ତି ଦୁହେଁ ।
ଆତ୍ମା ଯେବେ ଗାଏ ଶୋକ ର ଗୀତ
ହୃଦୟ ଟା ହୁଏ ଭାରୀ ବିଚଳିତ
ବିଷାକ୍ତ ହୋଇଣ ମନ ଯେ ତାର
ସଭିଏ ଲାଗନ୍ତି ତାଙ୍କୁ ପର ହିଁ ପର
ଚକ୍ଷୁ ରୁ ଝରୁଥାଏ ଅଶୃର ଧାର ।
:::::::::::::::::::::::::::::::::::::::::::::::
✍️ ଗୌରୀ ବେହେରା, ପାରଳାଖେମୁଣ୍ଡି
ଜିଲ୍ଲା – ଗଜପତି
“””””””””””””””””””””””””””””””””””””””””””””