- ଆତ୍ମା ଯେବେ ଗାଏ ଗୀତ
ଚୁମ୍କି ଦାଶ
*****************************
ଦୁଃଖ ଭୁଲି ଆତ୍ମା ଯେବେ ଗାଇଥାଏ ଗୀତ,
ପ୍ରେମରେ ହେଉ ଅଥବା ଆନନ୍ଦେ ସଙ୍ଗୀତ।।
ସନ୍ତୋଷ ଲଭଇ ପ୍ରାଣ ପ୍ରଫୁଲ୍ଲ ଅନ୍ତର
ସମ୍ଭାବନା ସୃଷ୍ଟି ହୁଏ ନିରାଶା ମନର।।
ମନ ଆକାଶରେ ଶୁଭେ ରାଗିଣୀର ତାନ
ତା ସାଥିରେ ମିଶି ଗାଏ ହୃଦୟ ଓ ପ୍ରାଣ।।
ମଲ୍ହାର ରାଗରେ ଯଦି ଗାଏ ଆତ୍ମା ଗୀତ,
ପ୍ରଜ୍ଜ୍ୟଳୀତ ହୋଇଥାଏ ଆପେଆପେ ଦୀପ ।।
ସଙ୍ଗୀତର ସ୍ବର ଶୁଣି ମାତ୍ରାଧିକ କ୍ଷୀର
ଗୋମାତା ପ୍ରଦାନ କରେ ଆନନ୍ଦ ମନର ।।
ଗୀତରେ ଯେ ଯାଦୁ ଅଛି ଏ କଥାଟି ସତ୍ୟ
ମିୟୁଜିକ୍ ଥେରାପି ନାମରେ ଅଟେ ପ୍ରମାଣିତ।।
ସୁମଧୁର ସ୍ୱରେ ପୁଷ୍ପ ପ୍ରସ୍ଫୁଟିତ ହୁଏ
ଫଳବନ୍ତି ବୃକ୍ଷ ଫଳେ ବିମଣ୍ଡିତ ହୁଏ।।
ଆତ୍ମା ଗୀତ ଶୁଣି ଦେବ ଈଶ୍ୱର ମିଳନ୍ତି
ହୃଦୟୁ ଝଙ୍କୃତ ହୁଏ ମିଳେ ଅତି ଶାନ୍ତି।।
ଚୁମ୍କି ଦାଶ (ମିଶ୍ର)
ବଲାଙ୍ଗୀର ଓଡ଼ିଶା
Major thankies for the blog article.Thanks Again. Much obliged.
I value the article post.Much thanks again. Will read on…
Very good blog.Much thanks again. Keep writing.
This is one awesome post.Really looking forward to read more. Want more.
I really like and appreciate your article. Cool.
I really like and appreciate your post.Really thank you! Great.
I appreciate you sharing this blog.Really thank you!
I truly appreciate this blog post.Really looking forward to read more. Cool.
modalert online modafinil side effects – provigil over the counter