ମାଆ ଆସିଛନ୍ତି
ଜିତେନ୍ଦ୍ର ଗିରି
***************************
ନବରୁପା ଆମ ମାଆ ଆସିଛନ୍ତି
ଏବେ କିଆଁ ଆଉ ଚିନ୍ତା
ଆସ ଗୋଟି ଗୋଟି କରି ସବୁ କହିଦେବା
ଆମ ମାଆ ପରା ହର୍ତା କର୍ତା।
ଏବର ସମୟେ ଅଦୃଶ୍ୟ ଶତ୍ରୁ ଯେ
ନିଜ କାୟା ବିସ୍ତାରିଛି
ସେଇ ଶତ୍ରୁର କାୟାକୁ ଦମନ ପାଇଁକି
ମାଆ ପରା ଆସିଅଛି।
ଭାରି ଦୟାମୟୀ ଜଗତ ଜନନୀ
ଶକ୍ତିସ୍ୱରୁପିଣୀ ମୋ ମାଆ
ସନ୍ତାନର ଦୁଃଖ ନିମିଷକେ ହରି
ହୁଏ ସେ ସର୍ବଦା ସାହା।
ଦଶ ଭୁଜ ତାର ଜଗତ କଲ୍ୟାଣେ
ସେ ଖଡ୍ଗ ଖପର ଧାରିଣୀ
ଦୁଷ୍ଟ ଶକ୍ତି ସବୁ ତା ନାମେ ଡରନ୍ତି
ସେ ଶତ୍ରୁ ଦମନ କାରିଣୀ।
ଧର୍ମ ରକ୍ଷା ପାଇଁ ମହିଷାସୁର କୁ
ବଦ୍ଧ କରିଥିଲା ଯିଏ
ସିଂହ ବାହିନୀ ମୋ ମାଆ ନବଦୁର୍ଗା
ମଂହିଷାମର୍ଦ୍ଦିନୀ ସିଏ।
ସିଦ୍ଧିଦାତ୍ରୀ ଦେବୀ ମାଆ ମହାଗୌରୀ
କାଳରାତ୍ରୀ କାତ୍ୟାୟନି
ତ ଚରଣେ ମୋର କୋଟି ପ୍ରଣିପାତ
ଜୟ ମାଆ ବ୍ରହ୍ମଚାରିଣୀ।
ଜିତେନ୍ଦ୍ର ଗିରି