March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଆମ ସଂସ୍କୃତି ଓ ପରମ୍ପରା – ମୁକ୍ତିରାଣୀ ଦେବତା*

*ଆମ ସଂସ୍କୃତି ଓ ପରମ୍ପରା*

ମୁକ୍ତିରାଣୀ ଦେବତା

 

ଗୋଟିଏ ଜାତିର ସଂସ୍କୃତି ଓ ପରମ୍ପରା ହିଁ ତା’ର ମୂଳ ପରିଚୟ ଅଟେ। ଆମ ରୀତିନୀତି,ଚାଲିଚଳଣ, ବ୍ୟବହାର ଓ କଥନଶୈଳୀ ହିଁ ଆମର ପ୍ରକୃତ ସ୍ୱରୂପକୁ ଲୋକଲୋଚନକୁ ଆଣିଥାଏ। ସମାଜରେ ବସବାସ କରୁଥିବା ହେତୁ ଆମେ ସଭିଁଏ ସାମାଜିକ ପ୍ରାଣୀ ଶ୍ରେଣୀଭୁକ୍ତ ଅଟନ୍ତି। ସାମାଜିକ ପ୍ରାଣୀ ହିସାବରେ ଆମକୁ ସମାଜର କିଛି ନିୟମାବଳୀକୁ ନିଷ୍ଠାର ସହିତ ପାଳନ କରିବାକୁ ପଡିଥାଏ। ସେହି ନିୟମାବଳୀରୁ ବର୍ହିଭୁକ୍ତ ହେଲେ ସମାଜର ଦୃଷ୍ଟିରେ ଆମେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପ୍ରାପ୍ତ କରିଥାଉ। ଏତ ଗଲା ସମାଜରେ ପ୍ରଚଳିତ ଥିବା ରୀତିନୀତି ଓ ଚାଲିଚଳଣି କଥା ବର୍ତ୍ତମାନ ଆମେ ମୁଖ୍ୟ ପ୍ରସଙ୍ଗକୁ ଆସିବା। ଆମ ଭାରତୀୟ ସଂସ୍କୃତି ବହୁପ୍ରାଚୀନ ଅଟେ। ଭାରତର ପୁରାତନ ପରମ୍ପରା ଓ ସଂସ୍କୃତି ସର୍ବୋକୃଷ୍ଟ ଅଟେ। ଆମ ପରମ୍ପରା ଓ ସଂସ୍କୃତିରେ ଏପରି କିଛି ମହତ୍ତ୍ୱପୂର୍ଣ୍ଣ କଥା ଉଲ୍ଲେଖ ଅଛି ଯେ ଯାହାଦ୍ୱାରା ଆମେ କେବଳ ନିଜ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଲୋକଆଦୃତ ହୋଇ ସର୍ବଶ୍ରେଷ୍ଠ ରୂପେ ମାନ୍ୟତା ପାଇସାରିଛୁ। ଭାରତୀୟ ମହାନ ପରମ୍ପରା ଅନୁଯାୟୀ ଆମ ଭାରତବର୍ଷ ସାଧୁସନ୍ନ୍ୟାସୀ ମାନଙ୍କର ଦେଶ। ଏଠାରେ ସାଧୁସନ୍ଥ, ମହର୍ଷିମାନଙ୍କୁ ଦେବତୁଲ୍ୟ ମନେକରି ଉପଯୁକ୍ତ ସମ୍ମାନ ଓ ପଦମର୍ଯ୍ୟାଦା ପ୍ରଦାନ କରାଯାଏ। ତାଙ୍କର ସେବାକାର୍ଯ୍ୟକୁ ଖୁବ ଆଗ୍ରହର ସହ ନିର୍ବାହ କରାଯାଏ। “ଅତିଥି ଦେବୋ ଭବ”। ଏହାହି ଆମର ବିଶେଷତ୍ୱ ଓ ଆମ ଜୀବନର ମୂଳମନ୍ତ୍ର।
ସମଗ୍ର ନାରୀଜାତିଙ୍କୁ ମାତୃତୁଲ୍ୟ ମନେକରି ତାଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରିବା ଆମର ଭାରତୀୟ ସଂସ୍କୃତିର ସ୍ୱତନ୍ତ୍ରତା ଅଟେ।
ଆମର ଲୋକବିଶ୍ୱାସ ଓ
ଲୋକ ପରମ୍ପରା ଅନୁଯାୟୀ ଈଶ୍ୱରଙ୍କ ବ୍ୟତୀତ ଆମେ ଆହୁରି ଅନେକ ଜଣଙ୍କୁ ପୂଜା କରିଥାଉ। ଶାସ୍ତ୍ରରେ ଗୋମାତାଙ୍କୁ ସର୍ବଶ୍ରେଷ୍ଠ ପ୍ରାଣୀରୂପେ ବିବେଚିତ କରାଯାଏ। ତାଙ୍କ ମଧ୍ୟରେ ତେତିଶ କୋଟି ଦେବାଦେବୀ ଅବସ୍ଥାପିତ ହୋଇଥାନ୍ତି। ବଳଦେବଜନ୍ମ ଦିବସରେ ତାଙ୍କୁ ରାଖି ବନ୍ଧାଯାଇ ପୂଜାକାର୍ଯ୍ୟ ସମ୍ପାଦନ କରାଯାଏ। ଏତଦବ୍ୟତୀତ ଗଛଲତା,ପର୍ବତ, ଧରଣୀ,ସୂର୍ଯ୍ୟ,ଚନ୍ଦ୍ର,ବାୟୁ,ବ୍ରାହ୍ମଣ ଇତ୍ୟାଦିଙ୍କୁ ଦେବତା ଆସନରେ ଅଳଙ୍କୃତ କରାଯାଇଥାଏ। କୌଣସି ବି ଶୁଭକାର୍ଯ୍ୟ ପ୍ରାରମ୍ଭ କରିବା ପୂର୍ବରୁ ଆମେ ପ୍ରାକ୍ ପ୍ରସ୍ତୁତି ଅନୁଯାୟୀ ନାରିକେଳ ଭଗ୍ନ କରିଥାଉ। କୌଣସି ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ଈଶ୍ୱରଙ୍କୁ ସୁମରି ଆମେ ଆମର କର୍ମପଥରେ ଅଗ୍ରସର ହୋଇଥାଉ।
ସମଗ୍ର ନାରୀଜାତିଙ୍କୁ ଆମ ଭାରତୀୟ ସଂସ୍କୃତିରେ ସର୍ବଦା ପୂଜ୍ୟାସ୍ପଦ ମନେକରାଯାଏ। ତାଙ୍କର ଲଜ୍ଜାଶୀଳ ସ୍ୱଭାବ ହିଁ ତାଙ୍କୁ ସମ୍ମାନର ଅଧିକାରିଣୀ କରି ଗଢିତୋଳିଥାଏ। ଆମ ମହାନ ପରମ୍ପରା ଅନୁଯାୟୀ ନାରୀମାନେ ସମ୍ପୂର୍ଣ୍ଣ ଆବୃତ ହୋଇ ବସ୍ତ୍ର ପରିଧାନ କରିବା ଆବଶ୍ୟକ। ନାରୀଟିର ସୁଗୁଣ,ସତଚରିତ୍ର ହିଁ ତାକୁ ମହନୀୟ କରି ଗଢିତୋଳିଥାଏ। ସେ ନିଜ ସୀମାରେଖା ମଧ୍ୟରେ ଆବଦ୍ଧ ରହିଲେ ଯାଇ ନିଜର ପରିବାରର ମାନମର୍ଯ୍ୟାଦାକୁ ଉଚ୍ଚକରିପାରିବେ। ପରୋପକାର ଏବଂ ସେବା ମନୋବୃତ୍ତି ହିଁ ଆମ ସଂସ୍କୃତିର ମୁଖ୍ୟ ବିଶେଷତ୍ୱ ଅଟେ। ଦରିଦ୍ରନାରାୟଣ ସେବା, ଅସହାୟ ଦୁଃଖୀ ଜନସାଧାରଣଙ୍କ ଓଠରେ ହସଫୁଟାଇପାରିବାର ପ୍ରଚେଷ୍ଟା ଅତ୍ୟନ୍ତ ଉଚ୍ଚକୋଟୀର ମାନବୀୟ ଗୁଣାବଳୀ ଅଟେ। ଆମ ଭାରତ ବର୍ଷରେ ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକ ଭାଇଚାରାର ପବିତ୍ର ସମ୍ପର୍କ ସର୍ବଦା ରହିଥାଏ। ଗୋଟିଏ ମାଆ ପେଟର ସନ୍ତାନ ଭଳି ସମଗ୍ର ନରନାରୀ ଆମର ଭାତୃଭଗ୍ନୀ ତୁଲ୍ୟ ଅଟନ୍ତି। ଏହିଭଳି ମହନୀୟ ଚିନ୍ତାଧାରା କେବଳ ଆମ ଭାରତବର୍ଷରେ ହିଁ ପରିଦୃଶ୍ୟ ହୋଇଥାଏ। ବିଭିନ୍ନତା ମଧ୍ୟରେ ଏକତା ହିଁ ଆମର ବୈଶିଷ୍ଟ୍ୟ।
ବୟସ୍କ ବ୍ୟକ୍ତିବିଶେଷଙ୍କୁ ଭକ୍ତି ଓ ସମ୍ମାନ ପ୍ରଦର୍ଶନ କରିବା, ଅନୁଜମାନଙ୍କୁ ସ୍ନେହଶ୍ରଦ୍ଧା ପ୍ରଦାନ କରିବା ଆମ ସଂସ୍କୃତି ହିଁ ଆମକୁ ଶିଖାଇଥାଏ। “ଜୀବେ ଦୟା” ମନ୍ତ୍ରରେ ଆମେ ସଭିଁଏ ଗଭୀର ଭାବେ ଅନୁପ୍ରାଣିତ। ଯୌଥପରିବାର ଆମ ଭାରତବର୍ଷର ଏକ ମହାନ ପରମ୍ପରା ଅଟେ। କଥାରେ ଅଛି-ଯେଉଁ ଗୃହରେ ଏକତ୍ର ଭୋଜନ ଏବଂ ଭଜନ କରାଯାଏ ସେ ଘରର ବିଭାଜନ ଅସମ୍ଭବ। “ଏକତା ହିଁ ବଳ” ଏହି କଥାକୁ ଆମେ ସଭିଁଏ ସର୍ବଦା ହୃଦୟଙ୍ଗମ କରିଥାଉ। ଯୌଥପରିବାରରେ ଏକାଠି ଭୋଜନ, ସୁଖଦୁଃଖର ଆଦାନପ୍ରଦାନ ଏବଂ ଏକତ୍ର ଶୟନ କରିବା ଦ୍ୱାରା ପରସ୍ପର ମଧ୍ୟରେ ସଦ୍ଭାବ ଓ ସୁସମ୍ପର୍କ ସୃଷ୍ଟିଲାଭ କରିଥାଏ। କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ଆମ ଭାରତୀୟ ପରମ୍ପରା ଓ ସଂସ୍କୃତି ବିଲୁପ୍ତପ୍ରାୟ। ଭାରତୀୟମାନେ ବିଦେଶୀ ବସ୍ତ୍ର, ଖାଦ୍ୟ ପାନୀୟ, ବିଦେଶୀ ଚଳଣୀ, ନୀତି ଓ ପରମ୍ପରାକୁ ଏପରି ଭାବରେ ଆପଣେଇ ନେଲେଣି ଯେ ସେମାନଙ୍କୁ ଭାରତମାତାର ସନ୍ତାନ ବୋଲି ବ୍ୟକ୍ତ କରିବାକୁ ମଧ୍ୟ ଲଜ୍ଜା ଲାଗୁଛି। ଭାରତୀୟ ପରମ୍ପରାକୁ ଘୁଣ୍ୟଦୃଷ୍ଟିରେ ଦେଖନ୍ତି ଏହି ଦେଶଦ୍ରୋହୀ ମାନେ। ଏହା ଅତ୍ୟନ୍ତ ପରିତାପର ବିଷୟ ଅଟେ। ପରନ୍ତୁ ବିଦେଶୀମାନେ ଆମ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆପଣାର କରିବାର ଦୃଷ୍ଟାନ୍ତ ଏବେ ଦୃଶ୍ୟମାନ ହେଉଛି। ତେଣୁ ମୁଁ ଆଜି ସଭିଁଙ୍କୁ ଏହି ନିବେଦନ କରୁଛି କି ଯେ ବିଦେଶୀ ମୋହରେ ପଡି ନିଜ ଦେଶର ପରମ୍ପରା ଓ ସଂସ୍କୃତିକୁ ହେୟ ମନେକରନ୍ତୁ ନାହିଁ। ନିଜ ସଂସ୍କୃତିର ନିନ୍ଦା କରନ୍ତୁ ନାହିଁ। ନିଜ ହୃଦୟରେ ଦେଶପ୍ରୀତି ଓ ଜାତିପ୍ରୀତିକୁ ସର୍ବଦା ଉଜ୍ଜୀବିତ କରି ରଖିବା ଅନିବାର୍ଯ୍ୟ।ବିଦେଶୀ ପରମ୍ପରାକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରି ନିଜର ପରମ୍ପରା ଓ ସଂସ୍କୃତିକୁ ସଦାସର୍ବଦା ବଜାୟ ରଖନ୍ତୁ। ଲୁପ୍ତ ପ୍ରାୟ ଆମ ସଂସ୍କୃତିକୁ ପୁନରୁଦ୍ଧାର କରି ସାଇତି ରଖିବା ଆମ ସମସ୍ତଙ୍କର ପରମ ଏବଂ ମୁଖ୍ୟ କର୍ତ୍ତବ୍ୟ ଅଟେ।

ମୁକ୍ତିରାଣୀ ଦେବତା

 807 total views,  1 views today

8 thoughts on “*ଆମ ସଂସ୍କୃତି ଓ ପରମ୍ପରା – ମୁକ୍ତିରାଣୀ ଦେବତା*

Leave a Reply

Your email address will not be published. Required fields are marked *