ବୟସ ର ଅପରାହ୍ନ
ଆହତ ଅପରାହ୍ନ ରେ ଆଖିରୁ ଲୁହ
ଯେତେବେଳେ ବହିଥାଏ,
ନିର୍ଲଜ ଦିବାସ୍ଵପ୍ନ ର ପ୍ରହାର ରେ
ବ୍ୟର୍ଥତା ର ଶେଫାଳୀ ହୋଇ,
ମାଟି ତଳେ ପୋତି ହେଇ ରହିଥିବା
ମଞ୍ଜି ସବୁ ଗଜରି ଉଠନ୍ତି,
ମଧ୍ୟାହ୍ନ ର ଗୁଞ୍ଜରଣ ରେ ଯେବେ
ବୟସ ରେ ଅପରାହ୍ନ ଆସେ,
ସେତେବେଳେ ଅଳିଆ ଲାଗିଯାଏ
ଏଇ ହୃଦୟ ରେ,
ଚଞ୍ଚଳ ପାଦ ଦୁଇଟି ଅକାମୀ ହୋଇଯାଏ,
କାନରେ ଗୁଞ୍ଜରି ଉଠେ
କର୍କଶ ସମୟ ର ସ୍ୱର।
ନିର୍ମାଲ୍ୟ ବାରିକ୍,ଯାଜପୁର