ଆଜିର ଏ ଅପରାହ୍ଣେ
ଆଜିର ଏ ଅପରାହ୍ଣଟାରେ
ସମୟର ନଳୀ ପିନ୍ଧି
ତମାମ ଶୁଦ୍ଧ ଅମ୍ଳଜାନକୁ ସେ ଶୋଷାଡି ନିଏ
ଆଉ କିଛି ଦିନ ବଞ୍ଚିବା ଆଶାରେ
ପୁଣି ଭାବିନିଏ ଘରୁ ବେଘର ହେବା ପରେ
ବଞ୍ଚିବାର ଲାଭ ବା କ’ଣ?
କାଲି ର ଅପରାହ୍ଣରେ ଯେ ଲାଭର ଅଙ୍କ କଷୁନଥିଲା
ଆଜି ସେ ବଞ୍ଚିବା ପାଇଁ ଅଙ୍କ କଷି ଚାଲେ
ଆଜିର ଅପରାହ୍ଣେ
କେବେ କେବେ ଖୋକାଭାଇକୁ ମନେପକାଏ
ବିଳପିଉଠେ ଦାଣ୍ଡଟାରେ
ପ୍ରତିଧ୍ବନି ଯେ କେବଳ ତା’ରି ନାଁ ନିଏ!
ଆଜିର ଅପରାହ୍ଣେ
ନାନା ପ୍ରତିଶ୍ରୁତିକୁ ବିସର୍ଜନ କରେ
ସମୟ ର ବିଶାଳ ଗଣ୍ଡରେ
ଗୁଞ୍ଜରିତ ଧ୍ବନି ସବୁକୁ ସମୀର ବାହିନିଏ
ରାତି ତମାମ ଘନଘନ ବୈଠକ
ଏ ଲହରା କାଶ ସହ ଆତ୍ମାର
ପୁଣି ଚାଲେ ତାଙ୍କର ଆନ୍ଦୋଳନ
ଗାନ୍ଧିମାର୍ଗରେ ଆନ୍ଦୋଳନ ପରି
ଏ ବାର୍ଦ୍ଧକ୍ଯ ଶରୀର ଉପରେ…
ରୁଦ୍ର ନାରାୟଣ ଦାଶ, ଖୋର୍ଦ୍ଧା
Great work boy…..bahut sundar…..