ଅଶୋକ ସମ୍ରାଟ
ଭାସ୍କର ରାଉତ
ମଗଧ ସମ୍ରାଟ ଥିଲେଟି ଅଶୋକ
ସାମ୍ରାଜ୍ୟ ବିସ୍ତାର ପାଇଁ
କଳିଙ୍ଗ ବିଜୟେ ଆରମ୍ଭିଲେ ଯୁଦ୍ଧ
ରକ୍ତ ନଦୀ ଗଲା ବହି।
ଲକ୍ଷ ଲକ୍ଷ ବୀର ଜୀବନ ତାଙ୍କର
ଉତ୍ସର୍ଗି ଦେଲେ ଯୁଦ୍ଧରେ
ଆହତ କ୍ଷତାକ୍ତ ହୋଇଲେ ଅନେକ
ଦୟା ନଦୀର କୂଳରେ।
ଶେଷରେ କଳିଙ୍ଗ ପରାସ୍ତ ଲଭିଲା
ମଗଧ ସେନା ପାଶରେ
କଳିଙ୍ଗ ବିଜୟୀ ଅଶୋକ ସମ୍ରାଟ
ବସିଲେ ସିଂହାସନରେ।
ସ୍ଥିର ହୋଇ ସେତ ବସି ନପାରିଲେ
କଳିଙ୍ଗ ସିଂହାସନରେ
ଦୟା ରକ୍ତ ଧାରେ କରୁଣ ଚିତ୍କାରେ
ଛାତିଟା ତାଙ୍କର ଥରେ।
ହେଲା ମୋହ ଭଙ୍ଗ ଫିଙ୍ଗି ଦେଇ ଖଡ୍ଗ
ବଉଦ୍ଧ ଭୀକ୍ଷୁକ ହେଲେ
ଉପ ଗୁପ୍ତଙ୍କୁ ସେ ଗୁରୁ ରୂପେବରି
ଧର୍ମ ପଥେ ଚଳିଗଲେ।
ଜୟ ପରାଜୟ ବୁଝି ସେ ପାରିଲେ
ସନ୍ୟାସୀ ହୋଇବା ପରେ
ହୃଦୟର ଜୟ ପ୍ରକୃତ ବିଜୟ
ବୁଝିଲେ ସେ ଜୀବନରେ।
ଚଣ୍ଡାଶୋକରୁ ସେ ଧର୍ମାଶୋକ ହୋଇ
ଧର୍ମର ସୁରକ୍ଷା ପାଇଁ
ତାଙ୍କ ପ୍ରଚଳିତ ଧର୍ମ ଚକ୍ର ସେତ
ଅଶୋକ ଚକ୍ର ବୋଲାଇ।
ଦେବମାୟା ଭବନ
ଶେରଗଡ଼, ଗଞ୍ଜାମ।