ହସିଲେ ଆମେ ଦୁନିଆଁ ହସେ
ହସିଲେ ଆମେ ଦୁନିଆଁ ହସେ
ଆହା କି ଅନୁପମ
ଦରୋଟି ଭାଷା ମଧୁର ଆମ
ମୋହିତ କରେ ପ୍ରାଣ।।
ହୃଦୟ ଆମ ଶାନ୍ତ ସରଳ
ହିଂସା ନ ଥାଏ ମନେ
ଛନ୍ଦ କପଟ ହୃଦୟ ଶୂନ୍ୟ
ସଭିଙ୍କ ମନ ଜିଣେ।।
ଘର ଟି ହସେ ଆମରି ପାଇଁ
ହସେ ଯେ ବିଦ୍ୟାଳୟ
ଆମରି ଶିକ୍ଷା, ସ୍ବାସ୍ଥ୍ୟ ଉନ୍ନତି
ହେଉ ସଭିଙ୍କ ଧ୍ୟେୟ।।
ଆମେରେ ଶିଶୁ ଭବିଷ୍ୟତ ର
ହୋଇବୁ ନାଗରିକ
ଦେଶ ପ୍ରଗତି ସୁରକ୍ଷା ପାଇଁ
ସାଜି ବୀର ସୈନିକ।।
ପର ଆପଣା ଭେଦ ଭାବ କୁ
ମନୁ ଦୁରେଇ ଦେଇ
ପାଠ ପଢିବୁ ଦେଶ ଗଢ଼ିବୁ
ଜଗତ ଜିତା ହୋଇ।।
ମରୁ ପ୍ରାନ୍ତରେ ଖେଳାଇ ଦେବୁ
ସବୁଜ ଶ୍ୟାମ ଧାରା
ହଟାଇ ଦେବୁ ଭୋକ ଭୂଗୋଳ
ହସିବ ବସୁନ୍ଧରା।।
ଏଇ ଦୁନିଆଁ ବଗିଚା ପରେ
ଆମେରେ ଟିକି ଫୁଲ
ହସିଲେ ଆମେ ଦୁନିଆଁ ହସେ
କେ ହେବ ଆମ ତୁଲ।।
ସନ୍ଧ୍ୟାରାଣୀ ହୋତା
ଶିକ୍ଷୟିତ୍ରୀ, ଡାବୁଗାଁ, ନବରଙ୍ଗପୁର