ଆଲୋକର ଠିକଣା ✍️
***************
ଅନ୍ଧକାର ଦୂରକରେ
ଭରିଦିଏ ପୁଲକତା ।
ଆଣିଦିଏ ନୂତନତା
ସମ୍ଭାବନା ଉଜ୍ଜ୍ୱଳତା
ନାଆଁ ମୋର ଆଲୋକ ମୁଁ
ରୂପରେ ମୋ ଅନେକତା
ଡିବି,ଲଣ୍ଠନ ମୁଁ ଦୀପ
ବଲ୍ ,ଟିଣା ,ଟର୍ଚ ଧୂପ
ବିଦ୍ୟୁତ୍ ମୁଁ ଦିଆସିଲି
ଜଳି ହସେ ଖିଲି ଖିଲି
ନାଆଁ ମୋର ଆଲୋକ ମୁଁ
କରେ ଝିଲିମିଲି ।
ସମସ୍ତଙ୍କ ମୁଁ ନିଜର
ସଭିଏଁ ମୋ ଆପଣାର
ଅନ୍ଧାରର ଦୁନିଆଠୁ
ବହୁଦୂରେ ମୋର ଘର
ନାଆଁ ମୋର ଆଲୋକ ମୁଁ
ଗତିମୋର ଅବିଚ୍ଛିନ୍ନ ।
ଅନ୍ୟପାଇଁ ଜଳୁଥାଏ
ସେଇଥିରେ ସୁଖପାଏ
ଇଶ୍ଵରଙ୍କ ବରଦାନ
ମୋର କିବା ଆସେ ଯାଏ
ନାଆଁ ମୋର ଆଲୋକ ମୁଁ
ନିଜେ ଜଳି ଖୁସି ଦିଏ ।
ମମତା ବାରିକ୍
ଭଦ୍ରକ