April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଅକୁହା କଥା — ମମତା ଶତପଥି

ଅକୁହା କଥା

 

ମମତା ଶତପଥି

ଆପଣ ଆଗରୁ କାହାକୁ ଭଲ ପାଇଥିଲେ ?

ସୌମେଶ ଶ୍ରୀୟାକୁ ସିଧା ସଳଖ ପଚାରିଲା।’ନା’ ତଳକୁ ମୁହଁ ପୋତି ଶ୍ରୀୟା କହିଲା

“ସତ କହୁଛନ୍ତି ତ?ଏବେ ଜଣାଇଦେଲେ କିଛି ଅସୁବିଧା ନାହିଁ।ଅତୀତକୁ କିଏ ଧରି ରଖେନା କ’ଣ?ମୁଁ ମୋ ଅତୀତର ସବୁ ଘଟଣା ଜଣାଇଦେବି।ଆମେ ପରସ୍ପରକୁ ଭଲ ଭାବେ ଜାଣିବା।ବିବାହ ପରେ ଛାଡପତ୍ର ମୋର ଆଦୌ ପସନ୍ଦ ନୁହେଁ।ଆମ ଘର ଲୋକେ ସମସ୍ତେ ଆପଣଙ୍କୁ ପସନ୍ଦ କରିଛନ୍ତି।ସେମାନଙ୍କ ପସନ୍ଦରେ ମୋ ପସନ୍ଦ ଜଣାଇଥିଲେ ମଧ୍ୟ —-ପରେ ଆମ ଭିତରେ କିଛି ଭୁଲ ବୁଝାମଣା ସୃଷ୍ଟି ନହେଉ—କୁ ଦୃଷ୍ଟିରେ ରଖି ଆପଣଙ୍କ ବାପା ମୋ ବାପା ଏହି ଭେଟଭାଟର ବ୍ୟବସ୍ଥା କରିଛନ୍ତି।” ସୌମେଶ ଅନର୍ଗଳ କହି ଚାଲିଥିଲା।

ଆଜିକାଲିକା ବିବାହର ବିଭିନ୍ନ ସୋପାନରୁ ଇଏ ଗୋଟିଏ।ନନ୍ଦନ କାନନର ପକ୍ଷୀ ବିହାରରେ ସୌମେଶ ଓ ଶ୍ରୀୟାକୁ ଛାଡି ଉଭୟ ପରିବାରର ଅନ୍ୟ ମାନେ ଖୁସି ଗପରେ ମାତିଯାଇଥିଲେ।

ଶ୍ରାୟାର ସାନ ଭାଇ ଦୁଇଟି ବାଦାମ ପୁଡିଆ ଧରି ଦୌଡ଼ି ଦୌଡ଼ି ଆସିଲା।ସୌମେଶ ଓ ଶ୍ରୀୟା ହାତରେ ଧରାଇ ଦେଇ କହିଲା–” ଆମେ ଯାଉଛୁ ଲେକ୍ ରେ ବୋଟିଂ କରିବୁ।ତୁମେ କଥା ବାର୍ତ୍ତା ସାରି ଆସ।ସାଙ୍ଗ ହୋଇ ବୋଟିଂ କରିବା।”

ଯେମିତି ଦୌଡ଼ି ଦୌଡ଼ି ସେ ଆସିଥିଲା ସେମିତି ଦୌଡ଼ି ଦୌଡ଼ି ଚାଲି ଯାଇଥିଲା।ଉଭୟ ପରିବାର ପରଷ୍ପରକୁ ପ୍ରାୟ ବନ୍ଧୁ ହିସାବରେ ଗ୍ରହଣ କରିସାରିଥିଲେ।

ସୌମେଶ ଓ ଶ୍ରୀୟା ପରଷ୍ପର ଅନ୍ତରଙ୍ଗ ଆଳାପ ରେ ମଜ୍ଜିଯାଇଥିଲେ।ସେମାନେ ପରଷ୍ପର ନିଜକୁ ଆଉ ଅଚିହ୍ନା ଭାବୁନଥିଲେ।କଥାର ଖିଅ ଲମ୍ବି ଯାଉଥିଲା।କେତେବେଳେ ତାହା ସାମ୍ପ୍ରତିକ ରାଜନୀତି କୁ ଛୁଉଁଥିଲା ତ କେତେବେଳେ ଚିର ହାସ୍ୟମୟୀ ଲାସ୍ୟମୟୀ ଶୋଭାର ଗନ୍ତାଘର ପ୍ରକୃତିରାଣୀର ବିଭିଷୀକାକୁ ଛୁଉଁଥିଲା।ଏମିତି ଆଳାପ ଆଲୋଚନା ମଧ୍ୟରେ ସୌମେଶ ପଚାରିଦେଲା–

ଆପଣ କାହାକୁ କେବେ ଚିଠି ଦେଇଛନ୍ତି ?

କାହାକୁ ମାନେ ?

ଶ୍ରାୟାର ପ୍ରଶ୍ନ।

ଆରେ ୟାର୍ ଓବ୍ ଭିଅସ୍ଲି ମୁଁ ବାପା ,ବୋଉ ଭାଇ ପ୍ରଭୃତି ରକ୍ତସମ୍ପର୍କୀୟ ମାନଙ୍କୁ ଦେଇଥିବା ଚିଠି ସମ୍ପର୍କରେ ପଚାରୁନାହିଁ।କେବେ କୌଣସି ସହପାଠୀକୁ କିମ୍ବା ଉପରଶ୍ରେଣୀର ପିଲାକୁ ଦେଇଥିବା ଚିଠି ସମ୍ପର୍କରେ ହିଁ ପଚାରୁଛି।ସୌମେଶ ନିଜର ଜିଜ୍ଞାସାକୁ ଭଲଭାବରେ ବୁଝାଇଦେଲା।ସେ ଚିଠି ପ୍ରେମଚିଠି ହେଇଥାଉ କି ହେଇନଥାଊ,ସେ ଚିଠିରେ କିଛି ସମ୍ବୋଧନ ଥାଉ କି ନଥାଉ ସେ ସମ୍ପର୍କରେ ଆପଣ ଚିନ୍ତା କରନ୍ତୁନି।

କଥା ଶେଷ କଲାବେଳକୁ ତା ସ୍ବରରେ ଆକୁଳ ଅନୁନୟ ବିନୟ ଫୁଟିଉଠୁଥିଲା।ଯେମିତିକି ସେ ତାର ହଜିଲା ଗଣ୍ଠିଧନ, ହୃଦରତ୍ନ ହାର,ତା ଦୁଃଖପାସୋରାକୁ ପାଇବାକୁ ବ୍ୟାକୁଳ ହୋଇ ପଡିଛି।ଅନ୍ଧଟିଏ ବାଡ଼ି ହଜାଇ ବ୍ୟସ୍ତ ବିବ୍ରତ ହୋଇ ଦରାଣ୍ଡି ପକାଇବାର ବ୍ୟଗ୍ରତା ଠାରୁ ତା ଖୋଜିବାପଣିଆ କିଛି କମ୍ ନଥିଲା।

ଶ୍ରୀୟା ମନ ଗହୀରର ମୂଲ୍ୟବାନ ମଣି ମୁକ୍ତାକୁ ଖୋଜି ଖୋଜି ପଛକୁ ଫେରିଚାଲିଲା।

ପିଲାଦିନର କେତେ ଘଟଣା ମନେପଡିଲା।ବାଲୁକା ସ୍ତୁପରେ ପୋତିହୋଇଥିବା ଶାମୁକାକୁ ବାଲି ଆଡେଇ ଦେଇ ବାହାରକଲା ଭଳି ତା ମନଗହୀରରୁ କେତେ କେତେ ସ୍ମୃତି ଉଙ୍କିମାରିଲା।

ତା ମଧ୍ୟରୁ ସେ ଚିଠି ସଂକ୍ରାନ୍ତୀୟ ସ୍ମୃତିକୁ ବିଶେଷ ଭାବରେ ଖୋଜିଚାଲଲା।

ପଞ୍ଚମ ଶ୍ରେଣୀ।ଗଣିତ ସାର୍ ଭାରି ରାଗୀ।ହେଲେ ସେଇ ଗଣିତରେ ଶ୍ରୀୟା ଦୁର୍ବଳ।ତେଣୁ ଶ୍ରେଣୀରେ ପ୍ରଥମ ହେଉଥିବା ସୌମେଶର ଗଣିତ ଖାତାରୁ ଶ୍ରୀୟା ଗଣିତ ଉତ୍ତାରି ସାର୍ ଙ୍କୁ ଦେଖେଇଦିଏ।ମାଡଖିଆରୁ ବର୍ତ୍ତି ଯାଏ।ସାହିତ୍ୟ ପିରିୟଡ଼ ଓ ଡ୍ରଇଁ ପିରିୟଡ଼ ରେ ଗଣିତ ଉତ୍ତାରିବା କାମ ହୋଇଯାଏ।ସେଦିନ ସାହିତ୍ୟ ସାର୍ ଆସିନଥିଲେ।ମନିଟର୍ ମଧ୍ୟ ଆସିନଥିଲା। ଗଣିତ ସାର୍ ସାହିତ୍ୟ ପିରିୟଡ଼ରେ ଆସିଲେ।ଜଣ ଜଣ କରି ଖାତା ନେଇ ତାଙ୍କୁ ଦେଖେଇବାକୁ କହିଲେ।ପ୍ରଥମେ ସାର୍ ଶ୍ରେଣୀରେ ପ୍ରଥମ ହେଉଥିବା ସୌମେଶକୁ ଡାକିଲେ।–ତା ଖାତା ଶ୍ରୀୟା ପାଖରେ।—ଏହି ଅକୁହା କଥାଟି କ’ଣ ସେ ସାର୍ ଙ୍କୁ କହିପାରିଲା।କହିଥିଲେ ଶ୍ରୀୟା ଓ ସେ ଉଭୟ ମାଡ ଖାଇଥାଆନ୍ତେ।–ଗଣିତ ଖାତା ଘରେ ଛାଡି ଦେଇ ଆସିଛି —ବୋଲି ସୌମେଶ ମିଛ କହିଲା।ଶ୍ରୀୟା ଗଣିତ ଟିପା ଚଲେଇଥିଲା।ଯେତେବେଳେ ସାର୍ ଙ୍କ ବେତ ସୌମେଶ ଉପରେ ସାଇଁ ସାଇଁ ନାଚିଗଲା ସେତେବେଳେ ଶ୍ରୀୟା ଚମକିପଡି ଚାହିଁଲା।ବେତ ପାହାର ସୌମେଶ ପାପୁଲିରେ ଦାଗ କରିଦେଇଥାଏ।ପାହାର ଯେତେ କାଟେ ନାହିଁ,ସବୁ ପିଲାଙ୍କ ଆଗରେ ମାଡ ଖାଇବା ତାଠାରୁ ଯଥେଷ୍ଟ ବେଶି ବାଧେ।—-“ଆଜି ଠାରୁ ତତେ ଭୁଲା ରୋଗ ଧରିଲାଣି।ବଡ ହେଲେ କ’ଣ କରିବୁ ?”କହି ସାର୍ ସୌମେଶକୁ ବାଡେଇଚାଲିଥିଲେ।ସବୁ ପିଲାଙ୍କ ଆଗରେ ତାକୁ ଦୁଇଟାଯାଙ୍କ ପିରିୟଡ଼ ଏକଗୋଡିକିଆ ଠିଆ କରାଇଦେଲେ।ତା ଆଖିରୁ ଝରୁଥିବା ଲୁହକୁ ସେ ଦୁଇ ହାତରେ ପୋଛି ପକାଉଥାଏ।ତା ଲୁହ ଦେଖି ଶ୍ରୀୟା ଆଖିରୁ ମଧ୍ୟ ଝରଝର ଲୁହ ବହିଯାଉଥିଲା।ନିର୍ଦୋଷ ପିଲାଟା ତା ପାଇଁ କେତେ ମାଡ ଗାଳି ସହିଲା।ନିଜକୁ ନିଜେ ସିଏ କ୍ଷମା କରିପାରୁନଥିଲା।

–ମୋ ପାଇଁ ଏତେ ମାଡ ଗାଳି ସହିଲ ! ସାର୍ ଙ୍କୁ ମୋ ନାଁ କହିଲ ନାହିଁ !!

ତୁମେ ଏତେ ଭଲ !ଏ ଋଣ ମୁଁ ସୁଝିପାରିବି ନାହିଁ।

ମତେ କ୍ଷମା କରିଦେବ।ଜୀବନରେ କେବେ ମଧ୍ୟ ଆଉ ଏ ଭୁଲ୍ ମୁଁ କରିବି ନାହିଁ।ମୋ ଉପରେ ରାଗିବ ନାହିଁ।—ରଫ୍ ଖାତାରୁ କାଗଜ ଚିରି ଲେଖିଲା।ସୌମେଶର ଗଣିତ ଖାତା ଭିତରେ ରଖିଦେଲା।ସେତେବେଳେ କଲମ କାଳିର ଯୁଗ।ଶ୍ରୀୟାର ଲୁହରେ ଗୋଟା ଗୋଟା ଅକ୍ଷର ଅସ୍ପଷ୍ଟ ହୋଇଯାଇଥିଲା।

ଗଣିତରେ ସ୍ନାତକୋତ୍ତର ରେ ସ୍ବର୍ଣ୍ଣ ପଦକଧାରୀ ଆଜିର ଗଣିତ ଅଧ୍ୟାପିକା ଶ୍ରୀୟା ଏ ଅକୁହା କଥାଟି ସୌମେଶକୁ କହିବକି ନାହିଁ ଭାବୁ ଭାବୁ କହିଦେଲା।

ଏକଥା ମଧ୍ୟ କହିଲା ଯେ –ଆପଣ ସେ ଚିଠିକୁ ପ୍ରେମ ଚିଠିର ଆଖ୍ୟା ଦେଇପାରିବେନି।କାରଣ ସେ ବୟସରେ ପ୍ରେମ ଆମ ସମସ୍ତଙ୍କ ପାଇଁ ଅଜଣା।କିନ୍ତୁ କେବଳ ସାଙ୍ଗ ଅପେକ୍ଷା ସେ ସମ୍ପର୍କ କିଛି ଟା ଅଲଗା ନିଶ୍ଚୟ।ମୁଁ ଏବେ ମଧ୍ୟ ସେ ସମ୍ପର୍କର ସଜ୍ଞା ଖୋଜିହେଉଛି।

ପିଲାଦିନେ ତା ଆଖିରୁ ଯେମିତି ଝରଝର ହୋଇ ଲୁହ ବହିପଡିଥିଲା ଆଜି ମଧ୍ୟ ତା ଆଖିରେ ସେମିତି ଝରଝର ଲୁହର ଝରଣା।

ଶ୍ରୀୟାର ମୁହଁରୁ ସବୁ ମେକ୍ ଅପ୍ ଧୋଇଯାଇଥିଲା।ସୌମେଶ ଆଖିରେ ପଞ୍ଚମ ଶ୍ରେଣୀର ସେହି ଶାନ୍ତ ସରଳ ଲୁହବତୁରା ଶ୍ରୀୟାର ମୁହଁ ଭାସିଉଠିଲା।ପଞ୍ଚମ ଶ୍ରେଣୀ ପରେ ବାପାଙ୍କ ବଦଳି ଯୋଗୁଁ ସୌମେଶ ଶ୍ରୀୟା ଠାରୁ ଦୂରେଇଯାଇଥିଲା।କେହି କାହା ଖବର ରଖିନଥିଲେ।ଆଜି ସୌମେଶ ସହକାରୀ ଯନ୍ତ୍ରୀ ଓ ଶ୍ରୀୟା ଅଧ୍ୟାପିକା।

ଶ୍ରୀୟାର କଥା ସରିଲାପରେ ସୌମେଶ ପର୍ସ୍ ଭିତରୁ ଲାମିନେସନ୍ ହୋଇଥିବା ଖଣ୍ଡେ କାଗଜ ବାହାର କଲା।ଶ୍ରୀୟା ହାତକୁ ବଢାଇଦେଲା।କହିଲା ଚିହ୍ନନ୍ତୁତ–ଏ ଚିଠିଟି ସେହି ଅମୂଲ୍ୟ ଚିଠି ତ !ଏହି ଛୁଆଳିଆ ଅକ୍ଷରର ବିଚିତ୍ର ବର୍ଣ୍ଣବିଭା, ବୁନ୍ଦା ବୁନ୍ଦା ଲୁହର ଝାପ୍ସା ସ୍ବାକ୍ଷର,ସେ ସ୍ବାକ୍ଷର ରେ ହୃଦୟର ଇସ୍ତାହାର

ଆପଣଙ୍କର ତ??

 

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ

ଗ୍ରନ୍ଥାଗାର ଅଧୀକ୍ଷକା

ଡେରାବିଶ୍ ମହାବିଦ୍ୟାଳୟ

ଡେରାବିସ

କେନ୍ଦ୍ରାପଡା

Loading

Leave a Reply

Your email address will not be published. Required fields are marked *