ଅଦୃଶ୍ୟର ଇଙ୍ଗିତ✍️
******************
ଜୀବନର ଡୋରି
ହାତରେ ଧରି,
ସଭିଙ୍କୁ ନଚାଏ
କଣ୍ଢେଇ ପରି ।
ତା ଇଙ୍ଗିତରେ
ଚାଲେ ଜଗତ,
ଦେଖିହୁଏ ନାହିଁ
ଥାଏ ସର୍ବତ୍ର ।
କର୍ମ ଦେଖିଣ ସେ
ଦିଅଇ ଫଳ,
ବୁଡାଏ କାହାକୁ
କାହାକୁ ଦେଖାଏ କୂଳ ।
ଦିନ,ରାତି ସବୁ
ତାହାର ସୃଷ୍ଟି,
ଖରା,ଶୀତ ବାୟୁ
ଫଗୁଣ,ବୃଷ୍ଟି ।
ସଭିଏଁ କହନ୍ତି
ତାକୁ ବିଧାତା
ଅଦୃଶ୍ୟ ଅଟେ ସେ
ସବୁରି କର୍ତ୍ତା ।
ମମତା ବାରିକ୍
ଭଦ୍ରକ