ଜୀବନ
*******
ଜୀବନ ନୁହେଁ କେବେ ସହଜ ପଥ
ଲାଗିଥାଏ ଦୁଃଖ ସୁଖ,
ସମୟ ଇସାରା ରେ ଚାଲନ୍ତି ସର୍ବେ
ନର ସମୟ ର ଦାସ।
ଚାହେଁ ସେ ଅନେକ ପାଏ ବହୁ ସ୍ୱଳ୍ପ
ଇଛା ହୁଏ ନାହିଁ ପୂର୍ଣ୍ଣ,
ମନ କୁ ତା’ର ରଖେ ନାହିଁ ଆୟତ୍ତେ
ଦୁଃଖଦ ହୁଏ ଜୀବନ।
ଅତୀତ କୁ ଭାବି ବହୁ କଷ୍ଟ ପାଏ
ବୁଝେନି ତାହାର ମନ,
ଭବିଷ୍ୟତ ନେଇ ଜାଗ୍ରତ ହୁଏନା
ହଜେଇ ଦିଏ ତା’ ସ୍ୱପ୍ନ।
ବେଳ ଥାଉ ଥାଉ ସମୟ ସହିତ
ଚାଲୁଥିଲେ ତାଳ ଦେଇ,
ଲକ୍ଷ୍ୟ ଟି ତୁମର ପୂରଣ ହୋଇବ
ଠକି ଦେବେ ନାହିଁ କେହି।
ଶୁଭସ୍ମିତା ମହାନ୍ତି
ନବରଙ୍ଗପୁର