April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*”ସୂର୍ଯ୍ୟୋଦୟ ପରିବାର ପାଇଁ ହୃଦୟରୁ ପଦେ–ତପନ କୁମାର ସ୍ୱାଇଁ*

“ସୂର୍ଯ୍ୟୋଦୟ ପରିବାର ପାଇଁ ହୃଦୟରୁ ପଦେ।”

ପ୍ରତ୍ୟେକ ମନୁଷ୍ୟକୁ ଭଗବାନ କିଛି ନାଁ କିଛି କଳା, କୌଶଳ କୁ ଆଶୀର୍ବାଦ ସ୍ଵରୁପ ଦେଇ ମର୍ତ୍ତ୍ୟଲୋକକୁ ପଠାଇ ଦେଇଛନ୍ତି।କେବଳ ମନୁଷ୍ୟ ନିଜର କଳା, କୌଶଳ କୁ ଚେଷ୍ଟା କରି ସମସ୍ତ ଜଗତରେ ପ୍ରଦର୍ଶନ କରିପାରିଲେ ହେଲା। କିନ୍ତୁ ଆଳସ୍ୟ ପଣ ଦ୍ଵାରା ନିଜର ଥିବା ସେହି ପ୍ରତିଭା ନିଜ ପାଖରେ ହିଁ କବର ଦେଇ ପଛରେ ଖୋଜି ହେଉଛନ୍ତି ଆଜିର ମନୁଷ୍ୟ ସମାଜ।ଠିକ୍ ଏହିପରି ମୁଁ ମଧ୍ୟ ପରିବେଶରେ ପଡ଼ି ଭୁଲି ଥିଲି ନିଜକୁ ନିଜ କଳା,କୌଶଳକୁ। ହଠାତ୍ ଏମିତି ସମୟ ଆସି ପହଁଚିଲା ମୁଁ ପୁଣି ଥରେ ବଦଳି ଗଲି ନିଜକୁ ନିଜେ ପ୍ରଶ୍ନ କଲି ଯେ ମୁଁ କିଏ ? କ’ଣ ବା ମୋର ପରିଚୟ ? କାହିଁକି ଏହି ଦୁନିଆ ରେ ଜନ୍ମ ମୋର ? ଏମିତି ପ୍ରଶ୍ନ ନିଜକୁ ପଚାରୁ ପଚାରୁ ହଠାତ୍ ଦୁଇ ଜଣଙ୍କ କିଛି ହୃଦୟର ଲେଖା କବିତା ମାନ ପଢିବାରେ ଲାଗିଲି । ଯେତିକି ପଢେ ସେତେ ମୋର ମନକୁ ଆନନ୍ଦ ଲାଗୁଥିଲା।ତାପରେ ଭାବେ ଯେ ମୁଁ ଯଦି ଏମିତି ଲେଖା ଲେଖନ୍ତି ତେବେ ମୋର ବି ଲେଖା ସମସ୍ତେ ପଢ଼ିବେ ଓ ଆନନ୍ଦ ଲାଭ କରିବେ।ଫଳରେ ମୋର ମଧ୍ୟ ନାମ ହେବ କି ଜଣେ ଲେଖକ ବହୁତ ବଢ଼ିଆ କବିତା କିମ୍ବା ଗଳ୍ପ ଲେଖିଛି। ଏହି ମନୋଭାବ ନେଇ ସ୍ଥିର କଲି ଯେ ମୁଁ ଲେଖିବି ତାପରେ ସେ ସମୟ ମଧ୍ୟ ମୋର ଖୁସି ର ସମୟ ମଧ୍ୟ ନଥିଲା।ସତେ ଯେମିତି ଅନ୍ଧକାରରେ ଅନ୍ଧ ବିଶ୍ବାସର ସେହି ଭୁତ, ପ୍ରେତାତ୍ମା ପରି ଦୁଃଖ ଛାୟା ମୋର ଚତୁର୍ପାଶ୍ଵରେ ଘେରି ଯାଇଛନ୍ତି ଆଉ ମୋତେ ଆକ୍ରମଣ କରିବେ।ଏହି ପରି ଦୁଃଖରେ ମଧ୍ୟ ପ୍ରତିଭାଟି ଖଦ୍ୟୋତ ପରି ମିଞ୍ଜି,ମିଞ୍ଜି ହୋଇ ଜଳି କହିଯାଏ କିଛି ଗୋଟେ ପରିଚୟ ଟିଏ ଦେଇ ମୋତେ ଏ ଦୁନିଆ ଦେଖାଅ।ଆଉ ମୁଁ ସିଧାସଳଖ ମୋର ଭଉଣୀ ତପସ୍ୱିନୀ ଓ ବର୍ଷା ଲକ୍ଷ୍ମୀ ଦିଦିଙ୍କ ସହିତ ସମ୍ପର୍କ କରି ତାଙ୍କୁ କିଛି ଶିକ୍ଷା ଦେବା ପାଇଁ ଅନୁରୋଧ କଲି।ସେମାନେ ମଧ୍ୟ ବହୁତ କିଛି ଶିକ୍ଷା ଦେଇ ମୋତେ ଆଜି ଏହି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନରେ ଯୋଡି ହେବା ପାଇଁ କହିଲେ।ଆଜି ସେମାନେ ମୋର କେବଳ ଭଉଣୀ ନୁହଁନ୍ତି ମୋ ପାଇଁ ଗୋଟିଏ ଗୋଟିଏ ଗୁରୁ ମାତା ବୋଲି ଭାବୁଛି।କାରଣ ସେମାନେ ମୋର ଭଲ ପାଇଁ ଏମିତି ଆଉ ଦୁଇ ଜଣ  ଭାଇ ଶ୍ରୀ ମନୋଜ କୁମାର ପଣ୍ଡା,ଓ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ଗିରୀ ଙ୍କ ସହିତ ସମ୍ପର୍କ କରାଇ ଦେଲେ।ଆଉ ଆଜି ମୁଁ ତାଙ୍କରି ପାଇଁ ଗର୍ବିତ ସେମାନେ ମୋତେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ରେ ଯୋଡ଼ି ଦେଇ ଯେଉଁ ଶିକ୍ଷା ଦେଇଛନ୍ତି।ସତେ ବିଦ୍ୟାଳୟ ଠାରୁ କମ୍ ନୁହେଁ।ଏହି ପରିବାରକୁ ମୁଁ ନିଜର ପରିବାର ବୋଲି ଭାବୁଛି ଏବଂ ଏହି ପରିବାରର ସମସ୍ତ ଯୁବ ପ୍ରତିଭା ମାନେ ମିଳିମିଶି ଜଣେ ଜଣଙ୍କ ତ୍ରୃଟି ଦେଖି ସୁଧାରି କିଛି ଶିକ୍ଷା ଦେଉଛନ୍ତି।ବହୁତ ବହୁତ ଆନନ୍ଦିତ ମୁଁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନରେ ଯୋଗ ଦେଇ।ଏହି ପରିବାର ହିଁ ଆମକୁ ଆଗକୁ ବଢ଼େଇ ପାରିବ ତେଣୁ ମୁଁ ଏହି ପରିବାର ସହିତ ଯୋଡି ହୋଇ ଚିର ଉପକୃତ ହୋଇଛି।ଆମ ପରିବାର ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଶିକ୍ଷା ସ୍ଥଳ।ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ରେ ଥିବା ସମସ୍ତ ଗୁରୁ ଜନ ମାନଙ୍କୁ ମୋର ସଷ୍ଟାଙ୍ଗ ପ୍ରଣାମ ଜଣାଉଛି ଆଗକୁ ମଧ୍ୟ ମୋର ଭକ୍ତି, ଭାବ ରହିବ।

ତପନ କୁମାର ସ୍ୱାଇଁ ✍️
ଗଞ୍ଜାମ, ବୁଗୁଡ଼ା

Loading

One thought on “*”ସୂର୍ଯ୍ୟୋଦୟ ପରିବାର ପାଇଁ ହୃଦୟରୁ ପଦେ–ତପନ କୁମାର ସ୍ୱାଇଁ*

Leave a Reply

Your email address will not be published. Required fields are marked *