ଆଭିଜାତ୍ୟ
ଆମ ଆଭିଜାତ୍ୟ ଜଗତେ ବିଦିତ
ବର୍ଣ୍ଣିବାକୁ ନାହିଁ ଭାଷା
ଆମ ପରମ୍ପରା ସଭିଙ୍କ ପ୍ରଶଂସା
ବିଶ୍ୱ କୂ ଦେଖାଏ ଦିଶା l l
ତାଜମହଲ ର ସ୍ମାରକୀ ପ୍ରେମର
ରହିଛି ସ୍ମୃତି ଅମର
କୋଣାର୍କ ସ୍ଥାପତ୍ୟ ଆଶ୍ଚର୍ଯ୍ୟ ଏବର
ସଭିଏଁ ଦେଖି ବିଭୋର l l
ଅଯନ୍ତା, ଏଲୋରା, ଫତେପୁରସିକ୍ରି
ଖଜୁରାହ, ନନ୍ଦାଦେବୀ
ଯନ୍ତରମନ୍ତର, କୁତବମୀନାର
ଆମ ଆଭିଜାତ୍ୟ ସାକ୍ଷୀ l l
ଅନେକ ଐତିହ ଆଭିଜାତ୍ୟ ଅଛି
ଆମରି ଭାରତ ଦେଶେ
ସଗର୍ବେ ଆମର ମଥା ନଇଁଯାଏ
ଆମ ମାତୃଭୂମି ପାଶେ l l
ଏ ସାରା ବସୁଧା ଏକଇ କୁଟୁମ୍ବ
ଆମ ପୂର୍ବଜ ଙ୍କ ଭାଷା
ତାଙ୍କରି ବଚନ ଆଭିଜାତ୍ୟ ଚି଼ହ୍ନ
ବିଶ୍ୱ କଲ୍ୟାଣ ର ଆଶା l l
≈≈≈≈≈≈≈0≈≈≈≈≈≈≈
Gyanaranjan Nayak. Tinimuhani. (kendrapada)