ଆଭିଜାତ୍ୟ
ଅତୀତ ର ପୃଷ୍ଠା ଓଲାଟାଇ ଯେବେ ,
ଦେଖିଲି ଆଭିଜାତ୍ୟ କୁ l
କେତେ କଟୁ ସତ୍ୟ କେତେ ମିଥ୍ୟା ଉପନ୍ୟାସ ,
ଆସିଲା ଆଖି ସାମ୍ନା କୁ l
ଜନମ ର ପାଦ ଚିହ୍ନେ ଲେଖା ହୁଏ ଯେବେ ,
ଆଭିଜାତ୍ୟ ର ଛାପ ମୋହର କୁ l
ଯୂଇ ଧୂଆଁ ରେ ଉଭେଇ ତ ଯାଏ,
ଅହଙ୍କାର ମିଶେ କ୍ଷଣି କୁ l
ଆଭିଜାତ୍ୟ ର ମହତ୍ତ୍ୱ ପରିଣତ ହୁଏ ,
ଦୁର୍ଗମ ବନର ଝଙ୍କାର l
ଝିଁ ଝିଁ କରି ଖାଇଦେଇ ଥାଏ ,
ମନୁଷ୍ୟ ର ସବୁ ଭାବନା ଆସ୍ତର l
ଆଭିଜାତ୍ୟ କେବେ ବନି ଥାଏ ପୁଣି ,
ଅଟକା ବନ୍ଧ ଏ ପାଦର l
ପୁଣି କେବେ ଠିଆ ହୁଏ ଦୁଇ ହୃଦୟ ମଧ୍ୟରେ,
ହୋଇ ମେଘନାଦ ପ୍ରାଚୀର l
ରୂପ ପରିପାଟି ବସିଥାଏ ହୋଇ ,
ଅହଙ୍କାର ର ଶୃଙ୍ଗାର l
ଜୀବନ ର ଦୀପ ଲିଭିଗଲେ ପୁଣି ,
ଧୋଇଯାଏ ସ୍ଵାର୍ଥ ର ସିନ୍ଦୂର l
ଉଚ୍ଚ ନୀଚ୍ଚ ର ଭାବ କୁ ଦୃଢୀଭୂତ କରେ,
ଗଢି ଦେଇ ବାଲିର ଗର୍ବ ମନ୍ଦିର l
ଶିକ୍ଷା ହିଁ ଟାଳଇ ଦାଲୁକା ପବନେ ,
ଦେଇ ମହତ୍ତ୍ୱ ଜୀବନ ର l
ଅସ୍ତମିତ ସେଇ କ୍ରୁର ଅତ୍ୟାଚାର ଯାହା ,
ଉଦିତ ହୁଏ ନୂଆ ସମ୍ଭାବନା ରେ l
ଆଭିଜାତ୍ୟ ଶବ୍ଦ ରେ ରଡି ଦେଉ ଅଛି ,
ନୀଚ୍ଚ ମାନସିକତା ରେ l
ବୁଝିବାକୁ ହେବ ନୁହେଁ ଏଇ ଶବ୍ଦ ,
ଅତ୍ୟାଚାରୀ ର ବଳାତ୍କାରୀ ଭାବନା l
ଇଏ ପରା ଆଭୁଷଣ ହୋଇଥାଏ ,
ନମ୍ର ସଂସ୍କାର ର ଚେତନା l l
**************************
ନାମ- ସବିତା ପଟ୍ଟନାୟକ
କେଉଁଝର