Il ପ୍ରଶ୍ନବାଚୀ ll
ଇଂ.ବିଚିତ୍ରାନନ୍ଦ ମୁନୀ
ତୁମେ କୁହ ନିତି
ମୁଁ କାଳେ ତୁମର
ପୂର୍ଣ୍ଣମୀ ରାତିର ଶଶୀ,
ପ୍ରୀତି ପାର୍ବଣର
ଅଗ୍ରପୂଜ୍ୟ ଶୁଭ
ସଂକେତ ପୁଣ୍ୟ କଳସି ll
ଆହୁରି କୁଆଡେ
ଖୋଜୁଛ ସର୍ବତ୍ର
ଦେଖୁଛ ସ୍ୱପନେ ନିତି,
ଜଳ ସ୍ଥଳ ନଭ
ମଣ୍ଡଳେ ମୋ ସ୍ପର୍ଶ
ଲଭି ହୁଅ ମତ୍ତ ନିତି ll
ଆହୁରି କହୁଛ
ଉଠିଲେ ପଲକ
କେବଳ ଦେଖ ମୋ ଛବି,
କ୍ଷଣିକ ବିରହେ
ହେଉଛ ପାଗଳୀ
ଭlଳି ଲେଖି ହୁଅ କବି ll
ହେଲେ କିନ୍ତୁ ପ୍ରିୟା
ପ୍ରଶ୍ନବାଚୀ ମନେ
ସେ ସବୁକି ହୃଦ କଥା ?
ଯଦି ସତ୍ୟ ଏତେ
ବ୍ୟବଧାନ କିମ୍ପା
ଭିତେ କମ୍ପ ବହି ବ୍ୟଥା ll
ସମ୍ପାଦକ, ଚନ୍ଦ୍ରିକା
ପିତ୍ତଳ , ଗଞ୍ଜାମ