Il କୌମୁଦୀ ll
ଇଂ. ବିଚିତ୍ରାନନ୍ଦ ମୁନୀ
ମଗ୍ନ ତୁମେ ପ୍ରିୟା
ମୋ ନଗ୍ନ ନାୟୀକା
ନିଶବ୍ଦ ନିଶିର କୋଳେ,
ଉନ୍ମାଦିନୀ ଶୁଭ୍ରା
ଚପଳଛନ୍ଦା ମୋ
ମନ୍ଥିନୀ ନିଶାର୍ଦ୍ଧ କାଳେ ll
ଉତ୍ତାଳ ତରଙ୍ଗ
ପ୍ରୀତି ସିନ୍ଧୁ ଜଳେ
କ୍ରୀଡାଵତୀ ତନୁକ୍ଷୀଣା,
ମୋହିନୀ ମନ୍ତ୍ରର
ବଳିଷ୍ଠ ସାଧିକା
ଅପର୍ଣ୍ଣା ବାଦ୍ୟ ବାଜେଣା ll
ପ୍ରୀତିଅଳଙ୍କାର
ବିମଣ୍ଡିତା ଶ୍ରେୟା
ମୋ ଚୁମ୍ବିନୀ ସ୍ୱର୍ଣ୍ଣାମ୍ବରୀ,
ଶ୍ରଦ୍ଧାଞ୍ଜଳୀ ତୁମେ
କବିତା ଭଣ୍ଡାର
କାମ କୌମୁଦୀ ଶର୍ବରୀ ll
ସମ୍ପାଦକ , ଚନ୍ଦ୍ରିକା
ପିତ୍ତଳ , ଗଞ୍ଜାମ
222 total views, 1 views today