Il ପ୍ରୀତିପୁଷ୍ପ ll

ଇଂ. ବିଚିତ୍ରାନନ୍ଦ ମୁନୀ

ପ୍ରିୟତମl ତୁମେ
କ୍ଷଣେ ପଢି ଦିଅ
ମୋ ହୃଦର ପୋଥି ପତ୍ର
କୋଟିଏ ସଲାମ
ତୀକ୍ଷ୍ଣ ଦୃଷ୍ଟିକୁଗୋ
ତୁମ ଧିଶକ୍ତି ବିଚିତ୍ର ll
ଜବ କାଚ ଠାରୁ
ଆହୁରି ଉନ୍ନତ
କେମିତି ଗଢିଛି ବିହି,
ଶକ୍ତିଶାଳୀ ସେତ
ପଲକ ପଡିବି
ନପଢି ଦେଉଛ କହି ll
ନାଁ ତୁମର ଅଛି
ତୃତୀୟ ନେତ୍ରଟେ
ସତକୁହ ପ୍ରଣୟିନୀ,
ଲୁଚାଅନି ମୋତେ
କର ଉନ୍ମୋଚନ
ପ୍ରୀତି ପୁଷ୍ପ କମଳିନୀ ll

ସମ୍ପାଦକ , ଚନ୍ଦ୍ରିକା
ପିତ୍ତଳ , ଗଞ୍ଜାମ

 157 total views,  1 views today

Leave a Reply

Your email address will not be published. Required fields are marked *