Suryodaya_Sambhranta_Saraswat_Samman – 2021
ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ
ଇଂ. ଅନୁପମା ଦାସ, କଟକ, ଓଡିଶା
ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।
ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।
ନାମ– ଇଂ ଅନୁପମା ଦାସ
ପିତାଙ୍କ ନାମ– ମଦନ ମୋହନ ପଲେଇ
ମାତାଙ୍କ ନାମ-ନିରୁପମା ଦାସ
ସ୍ୱାମୀଙ୍କ ନାମ-ଅସୀମ ଅମିତାଭ ଦାସ
ମହୀସ୍ପର୍ଶ ତାରିଖ/ଜନ୍ମଦିନ–09.12.1989
ଶିକ୍ଷା ଗତ ଯୋଗ୍ୟତା-Engineering(E&TC)
୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚାଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ ..।
-ମୋର ସ୍ୱତନ୍ତ୍ରତା ଅନ୍ୟମାନେ ହିଁ କହିପାରିବେ ଯେଉଁମାନେ ମୋ’ ସଂସ୍ପର୍ଶରେ ଆସିଛନ୍ତି । ନିଜ ବିଷୟରେ ମୋତେ ଲାଗେ ମୁଁ ସାଧାରଣ ମଣିଷଟିଏ ।
୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
-ମୋତେ ବିଶେଷତଃ ପଢ଼ିବାକୁ ବହୁତ ଭଲଲାଗେ । ସାରସ୍ୱତ ଦୁନିଆରେ ଯେତିକି ବୁଡ଼ିଛି, ସେତିକି ଅଜଣା ହେଇଛି । ବ୍ୟକ୍ତିଗତ ଭାବେ ଅନେକ ଶାନ୍ତି ମିଳିଛି ଏବଂ ନୂଆ ନୂଆ ବହୁତ କିଛି ଜାଣିବାର, ଶିଖିବାର ଆଗ୍ରହ ବଢିଛି ।
୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି ..?
-ମୁଖ୍ୟତଃ ଗଳ୍ପ ଲେଖିବାକୁ ଭଲ ଲାଗେ ।
୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
ଯେଉଁ ଲେଖା ଗୁଡ଼ିକ ବାସ୍ତବତାର ବାହକ, ସେଇଗୁଡ଼ିକୁ ନିହାତି ଭାବରେ ଭଲ କବିତା କିମ୍ବା ଗଳ୍ପ କହି ପାରିବା ।
୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ମୋ’ ଲେଖା ମାଧ୍ୟମରେ ମୁଁ ସମାଜରେ ସକାରାତ୍ମକ
ଉର୍ଜ୍ଜା ଭରିବାକୁ ପସନ୍ଦ କରେ ।
୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?
– ମୋତେ ଲାଗେ ସାହିତ୍ୟ ଲେଖି ହେଇଯାଏ । ଆଜିକାଲି ବେଳେବେଳେ ଲେଖିବାକୁ ମଧ୍ୟ ପଡୁଛି କିନ୍ତୁ ପ୍ରକୃତ ଭାବନା ସବୁବେଳେ ପ୍ରାଞ୍ଜଳ ଉପସ୍ଥାପିତ ହୋଇ ପାରେନି ଯଦି ବାଧ୍ୟତାମୂଳକ ଭାବେ ଲେଖାଯାଏ।
୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ, ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
– ପ୍ରଥମେ ତ ଆତ୍ମସନ୍ତୋଷ ହିଁ ପ୍ରାପ୍ତ ହୁଏ । ତାପରେ ପାଠକୀୟ ଆଦୃତି ଦରକାର ପଡିଥାଏ । ପୁରସ୍କାର ତ ଲକ୍ଷ୍ୟ ନୁହେଁ କିନ୍ତୁ ମିଳିଲେ ପ୍ରେରଣା ନିଶ୍ଚିତ ମିଳେ ।
୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
-ଆପଣମାନଙ୍କ ନଜରରେ ଦେଖେ । ମୁଖତଃ ଯୁବପୀଢ଼ି ହାତରେ ଆମ ଓଡ଼ିଆ ଭାଷା ସାହିତ୍ୟର ବର୍ତ୍ତମାନ ଏବଂ ଭବିଷ୍ୟତ ନିର୍ଭରଶୀଳ । ଅଧ୍ୟୟନ, ତାହାର ଆଲୋଚନା, ପର୍ଯ୍ୟାଲୋଚନା ଏବଂ ସମାଲୋଚନା କ୍ଷେତ୍ରରେ ରହି ଅନେକ କିଛି ଶିଖି ଓଡ଼ିଆ ସାହିତ୍ୟକୁ ଆହୁରି ଉଚ୍ଚକୁ ନେବାର ପ୍ରୟାସ ଜାରୀ ରହିଲେ ଆମ ମାତୃଭାଷା ପାଇଁ ଗର୍ବର ବିଷୟ ହେବ ।
୯-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
– ସ୍ୱାଗତ ହିଁ କରିବି । ଉତ୍ସାହିତ ବି କରିବି ଆଗକୁ ବଢ଼ିବା ପାଇଁ ।
୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୂତନ ଯୋଜନା କଣ ହେବା ଉଚିତ ?
– ପୁରୁଣା କାଳଜୟୀ ଲେଖା ଗୁଡ଼ିକ ଆମେ ଆମ ଅବୁଝାପଣ ହେତୁରୁ ଛାଡ଼ିଦେଉ, ବେଳେବେଳେ କିନ୍ତୁ ଏ ସବୁକୁ ବୁଝିବା ଆଉ ତର୍ଜମା କରିବା ନିହାତି ଆବଶ୍ୟକ । ଭବିଷ୍ୟତରେ ନୂଆ ଏବଂ ପୁରୁଣାର ମିଶ୍ରଣରେ ନୂତନତା ସୃଷ୍ଟି କରାଯାଇପାରେ ।
୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି.?
-ଏପର୍ଯ୍ୟନ୍ତ ସେ ଭାବନା ଆସିନାହିଁ । ତାହା ମୋର ପାଠକ ତଥା ପ୍ରଶଂସକ ମାନେ ଯାହା କହିବେ, ତାକୁ ସମ୍ମାନ ଜଣାଇବି ।
୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
– ବହୁତ ହିଁ ଭଲରେ ଗ୍ରହଣ କରିନେଇଛି । ପୂର୍ବରୁ ଲେଖକର ଲେଖାଟି ସ୍ୱଳ୍ପ ବହି ସମ୍ବାଦପତ୍ରରେ ସୀମିତ ରହିଯାଉଥିଲା । କିଛି ଲେଖା ଏବଂ ଲେଖକ ବଣମଲ୍ଲି ସଦୃଶ ମଧ୍ୟ ରହିଯାଇଛନ୍ତି । କିନ୍ତୁ ଅନଲାଇନ ପ୍ରବେଶ ଲାଗି ସାଙ୍ଗେ ସାଙ୍ଗେ ଆମେ ନିଜ ଲେଖାକୁ ପାଠକ ପାଖକୁ ପହଞ୍ଚାଇ ପାରୁଛେ ।
ଡିଜିଟାଲ ପ୍ଲାଟଫର୍ମ ର ସକାରାତ୍ମକ ଉପଯୋଗ କୁ ନିଶ୍ଚିତ ସ୍ଵାଗତ କରିବି ।
୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ..? କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
-ମୁଁ ଏହି ପରିବାରର ନୂଆ ସଦସ୍ୟ । ତେଣୁ ଅଳ୍ପ ବହୁତେ ସୂଚନା ପାଇଛି । ଅନୁଷ୍ଠାନର ଏବଂ ଆମ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ହି ମୋର କାମ୍ୟ ।
୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି ଏହା ସମ୍ପର୍କରେ କିଛି କୁହନ୍ତୁ?
– ଲେଖା ପ୍ରକାଶିତ ହେଇଛି । କିନ୍ତୁ ସଙ୍କଳନ କରିବା କଥା ଚିନ୍ତା କରିନାହିଁ ।
ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ ।
ମୋ ମାଟିର ବାଆ
ଭାରି ମନ ଛୁଆଁ
ପ୍ରକୃତି ଯା’ ଚଳଚଞ୍ଚଳ
ତା ଭାଷା ସାହିତ୍ୟ
ପାଇଁ ଗର୍ବ କରି
ବୋଲେ ମୁଁ ବନ୍ଦେ ଉତ୍କଳ
ବୋଲେ ମୁଁ ବନ୍ଦେ ଉତ୍କଳ ।।
ଇଂ. ଅନୁପମା ଦାସ
କଟକ, ଓଡିଶା