#ଲାଳସା …………
ଆସକ୍ତିର ଦାଣ୍ଡେ ବସି ମାଗୁଛି ମୁଁ ଭିକ୍ଷା
ଥାଳ ମୋର ନିଃସ୍ବ ହୁଏ ସହସା ସହସା,
ଉଦରର ଭୋକ କି ମେଣ୍ଟାଏ ମନର ଯନ୍ତ୍ରଣା
କି ଦେଇ ଶାନ୍ତ କରିବି ସେ ଅଗ୍ନିର ଜ୍ବାଳା ।।
ମୋହ ର ନଗରୀରେ କରିଛି ଏକ ଉଆସ
ଭଣ୍ଡାର ଯେ ପୂର୍ଣ୍ଣ ହୋଇଛି ଦେଇ ନିଜ ନିଃଶ୍ବାସ,
ତଥାପି ଆଶାର କୂପ ଯେ ମୋର ନହୁଅଇ ପୂର୍ଣ୍ଣ
ଅପୂର୍ଣ୍ଣ ଇଚ୍ଛା ସବୁ ସ୍ବରୂପ ନିଅନ୍ତି ଅନିଦ୍ରିତ ସ୍ବପ୍ନର ।।
କେବେ ପୁଣି ମୁଁ ସମ୍ରାଟ ସାଜେ ଅହଙ୍କାରର ରାଜ୍ୟେ
ନିଜକୁ ଦିଗବିଜୟୀ ମଣି ଅପରକୁ ତୁଚ୍ଛ ମଣେ ,
ସ୍ବକୀୟ ବିଷ୍ଟାପରେ ଅହେତୁକ ଗର୍ବ ମୁଁ କରେ
ହେଲେ ବି ଆକାଂକ୍ଷିତ ପ୍ରଦେଶେ ସୀମା ନ ପାଏ।।
ଲୋଲୁପ ଦୃଷ୍ଟି ଖୋଜେ ଅଶ୍ଲୀଳତାର ଚିତ୍ରପଟ
ଦୁର୍ଗନ୍ଧର ଦେହ ଖୋଜେ ବାସନାର ମେଜ ,
ମନୋରଞ୍ଜନର ସୋମରସେ ଧର୍ଷିତ ହୁଏ ସଂପର୍କ
ତଥାପି ରାତି ବାକି ପଡେ ମେଣ୍ଟିବାକୁ ଶୋଷ ।।
ସମ୍ମାନ ମୋ ପାଇଁ ଏକ ବ୍ୟାପାରର ମାଧ୍ୟମ
ପର କୃତିର ଛାତିପରେ ଦିଏ ନିଜର ବାହାସ୍ଫୋଟ,
ପ୍ରତିଦାନର ପୃଷ୍ଠା କେବେ କରେନି ମୁଁ ଉନ୍ମୁକ୍ତ
ସହଯୋଗର କାନ୍ଧକୁ ଦଳି ମୁଁ ପିନ୍ଧେ ସ୍ବାଭିମାନର ମୁକୁଟ ।।
ଲାଳସାର ଭଗ୍ନୀ ମୁଁ ଯେ ତାର ଚିର ସହଚର
କେମିତି ଘାତକ ସାଜିବି ଦେଇ ଜଳାଞ୍ଜଳି ନିଜ ସ୍ବପ୍ନ ,
ବାସନାର ପାରାବାରେ ଖେଳଇ ମନର ଭଉଁରୀ ଅଜସ୍ର
ସେ ଅଗ୍ନିରେ ଝାସ ଦେବାରେ ମୁଁ ମଣେନା ସଂକୋଚ ।।
ମୁଁ ଆସକ୍ତିର ଭ୍ରମର…..
ମଧୁପର ଲୋଭ ହୁଏନା ସଂଯମ….
ସଂଯମତା ଦ୍ବାରେ ବିକିଛି ବିବେକ …
ଅବିବେକିର ପରିଚୟ ମୋର ସର୍ବସ୍ଵ …
ତଥାପି ମୁଁ ଅସନ୍ତୁଷ୍ଟ …..
ତଥାପି ମୁଁ ଅସନ୍ତୁଷ୍ଟ ।।
– ଜ୍ୟୋତିର୍ମୟୀ ସାହୁ
your e-mail subscription hyperlink or newsletter service.
Itís hard to come by knowledgeable people about this topic, however, you seem like you know what youíre talking about! Thanks
When I originally commented I clicked the “Notify me when new comments are added” checkbox andnow each time a comment is added I get several emails with thesame comment. Is there any way you can remove me from thatservice? Thanks!
A financial advisor tofranil hap nedir “That to a biologist would mean that there was a function of the human voice, which preceded language. So that it’s actually singing is more fundamental to us than speaking.”
Enjoyed reading this, very good stuff, thankyou . “While thou livest keep a good tongue in thy head.” by William Shakespeare.
I really enjoy the blog article. Will read on…
Wonderful.. I will bookmark your blog and take the feeds
A big thank you for your article post. Really Great.Loading…
Just bookmarked this article as I have found it fairly practical.