କାହାଣୀ ଏ ମଧୁଛନ୍ଦାର। ଯେଉଁ ସମ୍ମୋହନରେ ପଡି ମଣିଷ ନିଜ ଅସ୍ତିତ୍ବକୁ ଅଞ୍ଜଳୀ ଦିଏ ସେହି ସମ୍ମୋହନର ଝାସ ଦେଇ ନିଜର ନିଃଶେଷ କରେ ।
#ମଧୁଛନ୍ଦା
ପ୍ରେମ ଦୁନିଆର ନୁହେଁ ନାଁଟିଏ,
ନା ସେ ଆକସ୍ମିକ ଆର୍ବିଭୁତା,
ସେ କେବେ ପ୍ରେୟସୀ ପ୍ରେମିକା,
ତ କେବେ ମନ ଉପବନର ମଧୁଚନ୍ଦ୍ରିକା,
ନା ସେ ମୋହରେ ଆବେଳିତ ରାତିର ନାଁ
କି ନୁହେଁ ସେ ସ୍ନିଗ୍ଧ ଶୀତଳ ପୂର୍ଣ୍ଣିମୀର ଜ୍ୟୋସ୍ନା,
ନା ଦୃଷ୍ୟାନ୍ତରରେ ଆକର୍ଷିତ ରୂପସୀ ଲାବଣ୍ୟବତୀର ନାଁ
ତଥାପି ତା କଟାକ୍ଷେ ହୃଦ ଚୋରି ହୋଇଯାଏ ଥାଇ ନେପଥ୍ୟରେ।
ସେ ମାଦକତାରେ କି ଥାଏ ରସ
ଯେଉଁଠି ଝୁମିଯାଏ ରାତି ଅଳ୍ପକରେ
ଆଉ ସେ ମଧୁରେ କି ଅପୂର୍ବ ଆକର୍ଷଣ
ଯେଉଁଠି ଝୁମିଯାଏ ମନ ଦିନ ପ୍ରତିଦିନ
ମତୁଆଲି ଭାବନାର ନା ଥାଏ କୂଳ କି ଠିକଣା
ନା ଥାଏ ସଂଯମତା ନିଜ ବିବେକ ଓ ବୌଦ୍ଧିକତାର
ହେଲେ ଯେବେ ସଚେତନ ଭାବନା ଭ୍ରମରେ ହୁଏ ବାଟବଣା
ସେ କି ଖୋଜେ ପ୍ରୟାଗ ତଟ ଭିଜିବାକୁ ଦେହ ମନ ହୋଇ ଉନ୍ମାଦ ।
ନା କେଉଁ ବଶୀକରଣ ବିଦ୍ୟାମନ୍ତ୍ର
ନା ସେ ଚିତ୍ତ ବିନୋଦନ ସଜମାତ୍ର
ହେଲେ ଚିତ୍ତ ବି ସଂଭ୍ରମ ହରାଏ
ବିନାଦୋଷେ ଦୋଷକୁ ବରଇ
ଭ୍ରମର ସିନା ନିଜ ଅସ୍ତିତ୍ବକୁ ଅଞ୍ଜଳୀ ଦିଏ ଅଗ୍ନିଝାସେ
ସମ୍ମୋହନର ବଶେ ହରାଇ ହିତାହିତ୍ୟ ଜ୍ଞାନ ଧର୍ଯ୍ୟ ପରେ
ହେଲେ ଏପରି ଆକର୍ଷଣ ନା ଅଟକାଇ ହୁଏ ନା ଅଟକିପାରେ
ଗଭୀର ପ୍ରଦେଶେ ଲମ୍ଫଦେଇ ବାର ବାର ନିଜସ୍ୱ ଅସ୍ତିତ୍ବକୁ ହରାଏ ।
ମଧୁଛନ୍ଦା, ଛନ୍ଦରେ ଛନ୍ଦିତା
ରୂପରେ ମାର୍ଜିତା ନିହାରିକା
ଲାବଣ୍ୟବତୀର ପ୍ରହେଳିକା
ଅପୂର୍ବ ଶିହରଣର ଅଭିସାରିକା
ରୂପସୀର ରୂପ ବି କଳ୍ପିତ ମାତ୍ର ହେଲେ ଏ ଅପରୂପା
ସୌନ୍ଦର୍ଯ୍ୟରେ ବି ସୁଷମା ବାଦ୍ ପଡେ ଦେଇ ଦେଇ ଉପମା
ନୁହେଁ ସେ ସ୍ବର୍ଗୀୟ ରମ୍ଭା ମେନକା ତା ପାଇଁ ଲାଗିଛି ଶୋଭା
ହେଲେ ଅପୂର୍ବେ ସୁଶୋଭିତ ଇନ୍ଦ୍ରିୟକୁ କରେ ବିବର୍ଜିତା ।
ମୋହିନୀର ମୋହ ମନକୁ ଖାଏ
ହୃଦ ଖାଏ ଦେହ ଖାଏ ଗଭୀରତା ଖାଏ
ବିବେକ ବି ଖାଏ ବୌଦ୍ଧିକତା ଖାଏ
ବାସ୍ତବିକତାର ମାନବିକତାକୁ ବି ଖାଏ
ପିଶାଚର ଫାଶରେ ବନ୍ଦିକରି ସେ ହୁଅଇ ଏଭଳି ପ୍ରତିତ
ନିଃସ୍ବ କରି ଯୌବନକୁ ହୋଇଯିବ ପୌରୁଷତ୍ବର ଗର୍ବ
ହେଲେ ନିର୍ବୋଧର କର୍ମ ଯେ ଶୋଷିନିଏ ଦୁଷ୍କର୍ମ ଜୀବନ
ହୋଇ ଛନ୍ଦିତ ମଧୁଛନ୍ଦାର ପ୍ରେମ ହୋମେ ଦେଇ ଅର୍ଘ୍ଯ ।
ଚମତ୍କାର ଯେ ରଚିଛି ମାୟା
ଚମତ୍କାର ବି ସେ ଯେ ଫସେଇଛି କାୟା
ନିର୍ବାକ୍ ଶବ୍ଦ ନିଜ ରୂପ ହରାଏ
ତା ନ୍ୟାୟର ଦ୍ବାରେ ହୋଇ ଗଚ୍ଛିତ
ଏ ମଧୁଛନ୍ଦାର ମାୟା ଯେଉଁଠି ମଣିଷ୍ବ ହରାଏ ହୋଇ ଭ୍ରମ
ଯେଉଁ ମୋହେ ଅନିତିର କୋଳେ ଦେଇଥିଲା କୁତ୍ସିତ ଉପହାର
ସେହି ମୋହ ଯେ ନେଇଛି ତା ଉପଦ୍ରବର ପ୍ରକୃତ ପ୍ରତିଶୋଧ
ଦେଇ ନିରୀହ ହୃଦୟକୁ ସର୍ବୋଚ୍ଚ ମର୍ଜାଦାର ନ୍ୟାୟ ।
– ଜ୍ୟୋତିର୍ମୟୀ ସାହୁ