**ନାହିଁ ତୋ ସିନ୍ଦୂର**
ମିଠା ଲାଗେ ମୋର ହସ ପରା ସାଥୀ
ମିଠା ମୋର ଅଭିମାନ,
ମଧୁ ପିଆଲା ମୋ ଗାଳି ଲାଗେ ନିତି
ପୁଣି ମୋ ପ୍ରୀତି ଚୁମ୍ବନ ।।
ଆହୁରି ମିଠା ମୋ ମନ୍ଦ ମନ୍ଦ ହସ
ମିଶ୍ରି ସମ ମୋ ଚାହାଁଣୀ,
ମିଠା ମୋର କଥା ମୋ କୋମଳ ସ୍ପର୍ଶ
ପାଇ ଆଲିଙ୍ଗନ ପୁଣି ।।
ମୋତେ ଭଲ ଲାଗେ ଦୁଷ୍ଟାମି ତୋହର
ପୁଣି ରାଗ ପ୍ରେମପୂର୍ଣ୍ଣ,
ମନ କିଣି ନିଏ ତୋର କଣ୍ଠ ସ୍ୱର
କାକଳି ପଞ୍ଚମ ତାନ ।।
କେମିତି ଲାଗଇ ମୋର ଅଶ୍ରୁଜଳ
ମୋ ଅସୁମାରୀ ଯନ୍ତ୍ରଣା?
ନୟନ ଦୁଇଟି ହୁଏ ଛଳ ଛଳ
ସହି ନ ପାରି ବେଦନା ।।
ଭଗ୍ନ ବୀଣା ସୂରେ କାନ୍ଦେ ମୋ ହୃଦୟ
କୋହେ ଜର୍ଜରିତ ପ୍ରାଣ,
ଦୂରେ ଚାଲି ଯାଅ ମରୀଚିକା ପ୍ରାୟ
ଝଲସେ ତୋ ଚନ୍ଦ୍ରବଦନ ।।
ମୋ ପ୍ରେମର ଭାଗ୍ୟେ ନାହିଁ ତୋ ସିନ୍ଦୂର
ନାହିଁ ପରିଚୟ ମୋର,
ତ୍ୟାଗ ସମର୍ପଣ ଖେଳ ବିଧାତାର
ବନ୍ଧୁତ୍ୱ ଯୁଗ ଯୁଗର ।।
ଜାନକୀ ମହାନ୍ତ
ବେଙ୍ଗାଲୁରୁ।
purchase zithromax z-pak zitromax