ବିଡମ୍ବନା
ନିର୍ଦ୍ଧିଷ୍ଟତା ଆଜି ନିରୁଦ୍ଦିଷ୍ଟ……
ନିଶ୍ଚିତତା ବି ଅନିଶ୍ଚିତ……
ବିଷମ ମୁହୂର୍ତ୍ତର ପ୍ରବାହରେ
ଶ୍ୱାସତନ୍ତ୍ରୀ ଶ୍ୱାସରୁଦ୍ଧ
ବଞ୍ଚିବାର ବାହାନାରେ
ନିଜେ ନିଜଠି ଅବରୁଦ୍ଧ
ବ୍ୟଥିତ ମନରେ
ଅନେକ ପ୍ରଶ୍ନର ଘନଘଟା
ଉତ୍ତର ପରିବର୍ତ୍ତେ
ନିଃଶବ୍ଦତାର ନିଷ୍ଠୁର ଯନ୍ତ୍ରଣା……..
ବିବଶତାର ବୈଶାଖରେ
ଜୀବନ ଅର୍ଦ୍ଧଦଗ୍ଧ
ବିଷର୍ଣ୍ଣତାର ଜ୍ୱାଳାରେ
ସାରା ଦେହ କ୍ଷତାକ୍ତ
ବିଦୀର୍ଣ୍ଣତାର ବର୍ବରାଘାତେ
ହୃଦୟ ବିଦାରିତ
ହୃଦୟର ପ୍ରତିକୋଣେ
ବିରାଟ ଶୂନ୍ୟସ୍ଥାନ
ଶୂନ୍ୟସ୍ଥାନକୁ ନେଇ
ବାରମ୍ବାର ଉଙ୍କିମାରେ
ନିଜ ଭିତରେ
ଅନେକ ପ୍ରଶ୍ନ
ପ୍ରତ୍ୟୁତ୍ତରେ ମିଳେ
ବିଡମ୍ବନା…..
ହଁ… ବିଡମ୍ବନା
କେବଳ ବିଡମ୍ବନା…..
ବିଡ଼ମ୍ବନାର ବାଲିଝଡରେ
ବିଧ୍ୱଂସିତ ଏଠି ଅୟସ
ବ୍ୟାଧିଗ୍ରସ୍ତ ଏଠି ବୟସ
ବିପର୍ଯ୍ୟସ୍ତ ଏଠି ଜୀବନ ….
ସାରାଂଶ ହିଁ
ଆତ୍ମଗୋପନ ……
ପ୍ରୀତିପଦ୍ମା ଦାସ
ଭଦ୍ରକ
Wow, great blog.Really looking forward to read more. Want more.
1st and main attraction is made for certain the material employed.
I value the article.Much thanks again. Cool.
A big thank you for your blog article. Really Cool.
Say, you got a nice blog.Really looking forward to read more. Really Great.
Great post. Cool.
Awesome blog post.Much thanks again. Will read on…
Im obliged for the blog article.Really thank you! Much obliged.
wow, awesome blog post. Fantastic.
Just what a man of power! You have the capacity to publish excellent things that you can’t come across at any place. to envy