April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ମୃତ୍ୟୁ, କେତେ କ୍ରୁର, ନିଷ୍ଠୁର—- କଳ୍ପନା ରାୟ

ମୃତ୍ୟୁ, କେତେ କ୍ରୁର, ନିଷ୍ଠୁର ‌
କଳ୍ପନା ରାୟ

ମୃତ୍ୟୁ କେବେ ଭୟଙ୍କର ସତେ
ଆମେ ଯଦିଓ ଜାଣୁ
‌‌ ‌ ସେ ଆସିବ ନିଶ୍ଚିତ
ବଞ୍ଚିବାକୁ ଚାହିଁ ପୂଜୁ ଯମରାଜ
କେତେବେଳେ ସାବିତ୍ରୀ ହୋଇ
ତ କେବେ ବାଟ ଓଷାରେ କାନି ପତେଇ
ବଞ୍ଚିବାକୁ ନାନା ଉପଚାର
ଡାକ୍ତର, ବୈଦ୍ୟ, ଡାକ୍ତରଖାନା
ଷଠିଦୂଷିଠାରୁ ମାଆ ମଙ୍ଗଳା
ବାସ୍ତୁଶାସ୍ତ୍ରଠାରୁ ସୂର୍ଯ୍ୟ ଦେବତା
ଯିଏ ମୃତ୍ୟୁକୁ ଡାକେ ସିଏ ପାଏନି
କିନ୍ତୁ ବାଳ ଯୁବ ସିଏ ଦେଖେନି
କାହିଁକି ସିଏ ଏତେ ଭୟଙ୍କର ??
ଜାଣିଛୁ ଆସିଲେ ଦିନେ ଯିବୁ
ଜନ୍ମ ନେଇ ଦେବତା ମୃତ୍ୟୁ ଦେଖନ୍ତି
କୃଷ୍ଣଙ୍କୁ ଦୋଳାୟମାନ
ଅବସ୍ଥାରେ ନେଇଗଲେ
ସିଏ ବି ତ ସଂସାର ଭିତରେ
ପାପ ପୁଣ୍ୟ ଦେଖିଥିଲେ
ଦିବସାଧିପତି ଖରାପ ଆଡ଼କୁ
ବାଟ କଢାଇ ନିଅନ୍ତି କାହିଁକି
କରି କରାଉଥାଏ ମୁହିଁ ର
କି ଅର୍ଥ ???
କଷ୍ଟ ଦେଉ କେବେ ବାପାମାଆଙ୍କୁ ତ
କେବେ ଛୁଆମାନଙ୍କୁ କନ୍ଦାଇ
କାହିଁକି ତୁ ଏମିତି ଆସୁ ???
ଆସୁ ତ ଆସୁ
ମଧୁରେ ମଧୁର ଭରି ଆସୁନା କାହିଁକି
କେବେ ସଦ୍ୟ ବିବାହିତାର ସିନ୍ଦୂର
ତ କେବେ ଆଶା ରଖିଥିବା ଯୁବକ
ପୁଣି ଜନ୍ମିତ ଶିଶୁ
ବା ପାଞ୍ଚ/ଦଶ ବର୍ଷର ପିଲାଙ୍କୁ
କିନ୍ତୁ ରଖିଯାଉ ବାର୍ଦ୍ଧକ୍ୟରେ ଥିବା ଲୋକଙ୍କୁ
ଵୁଝିହୁଏନି ମୃତ୍ୟୁ ତୋର କାରବାର
ଛୋଟମାନଙ୍କୁ ନେବା ତୋର ସଉକ
ନା ସେମାନଙ୍କ ପାଖରେ ତୋର କାମ ଥାଏ
ବା କେଉଁ ଜନ୍ମର ଦଣ୍ଡ ତାକୁ ଦେଉ
କାକୁତି ମିନତି କରୁ ତୋତେ
ଛାଡି ଦେ ତୋ ଭୟଙ୍କରତା
ଯାହା କ୍ରୁରତାରେ ହୋଇପାରେ
ପ୍ରେମରେ ବି ତ ହୋଇପାରିଵ କି ନାହିଁ ??

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର

 820 total views,  1 views today

One thought on “ମୃତ୍ୟୁ, କେତେ କ୍ରୁର, ନିଷ୍ଠୁର—- କଳ୍ପନା ରାୟ

Leave a Reply

Your email address will not be published. Required fields are marked *