*ମାଣବସା ଗୁରୁବାର*
ବରଷକ ବାର ମାସ ମଧ୍ୟେ ଆମ
ଶ୍ରେଷ୍ଠ ମାସ ମାର୍ଗଶୀର ।
ମା’ ଲକ୍ଷୀଙ୍କ ପୂଜା ପାଇଁ ସେ ପ୍ରସିଦ୍ଧ ।
ପ୍ରସିଦ୍ଧ ତା’ ଗୁରୁବାର ।।
ଦେଉଅଛି ଶିକ୍ଷା ସମାଜକୁ ଜାଣ
ପର୍ବ ଏହି ଗୁରୁବାର ।
ନାରୀ ଓ ପୁରୁଷ ଦୁହିଁଙ୍କ ସମାଜେ
ଅଛି ସମ ଅଧିକାର ।।
ନୀଚ ନୁହେଁ କେହି ଏହି ସମାଜରେ
ଜାତିପ୍ରଥା କିଛି ନାହିଁ
ବିଶ୍ୱ ଦରବାରେ ସଭିଏଁ ସମାନ
ଚଳିବା ହରଷ ହୋଇ ।।
ଅସ୍ପୃଶ୍ୟତା ଭଳି ସଂକୀର୍ଣ୍ଣ ଭାବନା
କରିବାକୁ ମନୁ ଦୂର ।
ଦେଉଛି ନିର୍ଦ୍ଦେଶ ଜଗତକୁ ଆମ
ମାଣବସା ଗୁରୁବାର ।।
ଦେଖ ଆମ ପର୍ବ କେଡେ ଯେ ମହାନ
ମହାନ ସଂସ୍କୃତି ଆମ ।
ଜଗତକୁ ଶିକ୍ଷା ପ୍ରଦାନ କରି ସେ
ପ୍ରକାଶୁଛି ବିଶ୍ୱ ପ୍ରେମ ।।
ହତାପୁର, ଗଞ୍ଜାମ