(ସୁଦଶା ବ୍ରତ)
ମାସମଧ୍ୟେ ସାର ଅଟେ ମାର୍ଗଶୀର ଯେତେ ପଡେ ଗୁରୁବାର
ଓଡିଆ ସଂସ୍କୃତି ଜଗନ୍ନାଥ ନୀତି ଲକ୍ଷ୍ମୀ ପୂଜା କରେ ତା’ର।
କୃଷିର ପ୍ରତୀକ ଏ ପୂଜା ଗୋଟିକ ବେଳ ଧାନ ଅମଳର
ମାଣେ ଭରି ଧାନ ହରଷ ହୋଇଣ ପୂଜଇ ଲକ୍ଷ୍ମୀ ରୂପର।
ଶୁକ୍ଳ ଧାନ ଆଣି ମେଣ୍ଟାକରି ପୁଣି ରଖିଣ ମାଣ ଉପର
ନାନା ବର୍ଣ୍ଣ ପିଠା କ୍ଷିରିରୁ ଗଇଁଠା ଭୋଗ ସମର୍ପଇ ତା’ର।
ମାତା ଲକ୍ଷ୍ମୀଙ୍କର ଆନ ଏକ ବ୍ରତ ସୁଦଶା ନାମ ତାହାର
ଶୁକ୍ଳ ପକ୍ଷ ଗୁରୁ-ବାରଟି ସେଦିନ ହୁଏ ବିଧି ବିଧାନର।
ଲକ୍ଷ୍ମୀ କୃପାଲାଗି ଏ ବ୍ରତ କରନ୍ତି ସର୍ବେ ହୋଇ ତତପର
ସଉଚ ହୋଇଣ କରନ୍ତି ବିଧାନ ଧୋଇଣ ଘର ଦୁଆର।
ଦଶବର୍ଣ୍ଣ ପିଠା ଦଶବର୍ଣ୍ଣ ଫୁଲ ଦୁବ ଅକ୍ଷତ ସଙ୍ଗରେ
ବରକୋଳି ପତ୍ର କରିଣ ଏକତ୍ର ବାନ୍ଧଇ ସୂତା ଡୋରରେ।
ମନ୍ତ୍ର ପାଠକରି ଦଶ ଗଣ୍ଠି କରି ବ୍ରତକୁ ଧାରଣ କରେ
ବଳକା ଡୋରକୁ ଯତ୍ନରେ ତାହାକୁ ରଖିଥାଏ ଇଷ୍ଟ ଘରେ।
********************
(ଦେବମାୟା ଭବନ,ଶେରଗଡ଼,ଗଞ୍ଜାମ।)
#୯୭୭୬୪୮୬୬୨୮#
548 total views, 1 views today