- ଜହ୍ନ ଗୋ ……………
ଜହ୍ନ ଗୋ ତୁମେ ଆସନା
ମୃଦ୍ୟୁ ହସ ହସି କିଛି କୁହନା
ହୃଦୟେ ଉଷ୍ମତା ଭରି
ପ୍ରତ୍ୟୁତ୍ତର ଆଶା କରନା।
ଜହ୍ନ ଗୋ ତୁମେ ଦେଖନା
ପାଶେ ରହି ବେଦନା ନ ଦେଇ
ଦୂରେ ସୁଦୂରେ ନେଇ
ଆନମନା କରି ଦିଅନା।
ଜହ୍ନ ଗୋ ତୁମେ ଖୋଜନା
ମନରେ ସ୍ପର୍ଦ୍ଧା ନ କରି
ଠିକଣାର ବାଟ ବତାଇ
ପ୍ରତୀକ୍ଷାର ଶେଷ କରି ଦିଅନା।
ଜହ୍ନ ଗୋ ତୁମେ ଅବଲଗ୍ନ ରହି
କାନ ପାଶେ ମୃଦ୍ୟୁ ଗୀତ ଗାଇ
ସଙ୍ଗୀତର ତରଙ୍ଗ ସୃଷ୍ଟି କରନା।
ଜହ୍ନ ଗୋ ଅବ୍ୟକ୍ତ ବେଦନାକୁ
ସିକ୍ତ କର ଜୋଛନା ମଧ୍ୟ ଦେଇ।
ଜହ୍ନ ଗୋ, ଜହ୍ନ ଗୋ, ଜହ୍ନ ଗୋ……..
ରାଜଲକ୍ଷ୍ମୀ ପଣ୍ଡା