ମେହନ୍ତର_ଗଳି●●●
କେବେ ଦିନେ କବି ଯାଇଥିଲେ
ନିରୁତା ହସ ଖୋଜି,
ସହରର ସବୁ ଗଳି ପଥ ବାଛି
ଯୋଗୀଟିଏ ସାଜି ।।
ଧରିଲେ ତୁମ୍ବା, ଥାଳ, ଭିକାରୀ ବଳଙ୍କ ରାଗ
ଦେଖିଲେ ସିନେମା ଛକ, ଷ୍ଟେସନ ପାଖ,
ଚାନ୍ଦିପୁର ବେଳା ଭୂମି, ବୁଢ଼ାବଳଙ୍ଗ ତଟ
ସୁନହଟ୍ ପୀର ବାବା, ନୂଆବଜାର ହାଟ,
ସବୁଠି ଚାଲିଛି ସମୟର ତଣ୍ଟି କାଟ…..।।
କବି ଏବେ ଫେରିଲେ ଧରି ମୌନ ବ୍ରତ
ଠାପୁଆ ଗାଲରେ ସହରେ ଅବଶୋଷର ଭେଟ,
ଯାଉ ଯାଉ ଝୁଣ୍ଟିଲେ, ଦେଖି ମେହନ୍ତର ଗଳି ପଥ
ହସଟିଏ ଖେଳୁଥିଲା ଆଲି,ମାଟି ଦେହେ କରି ଗାତ ।।
ମେହନ୍ତରୀ ଯେତକ କାଳି ସୁନ୍ଦରୀ
ଛାତିରୁ ଲୁଗା ହୁଗୁଳି,
ପଥ ଧାରେ ବସି ବାସନ ମାଜନ୍ତି
ନାଭି ପାଶେ ଖୁସି କିଳି ।।
ସହର ଯାକର ଭେଣ୍ଡିଆ ଏଇଠି ଭେଳା ଭେଳା
ନବବଧୂଟା ସିନାନ କରେ ସବୁଠି ଖୋଲା ମେଲା,
ପୁଣ୍ଟି ଝିଅଟା ଅଙ୍ଗୁଳି ଖେଞ୍ଚି ନାକରୁ କାଢ଼େ ବକଳା
ମେହନ୍ତରଟା କାମରୁ ଫେରି ଦିଶଇ କେତେ ବିକଳା ।।
ଯେବେ ପଥ ପରେ ସଞ୍ଜ ନଇଁଲା
ସବୁ ଘର ଡିବିରି ପେଟରେ ନାଲି ଜହ୍ନ ଦିଶିଲା
ଆକାଶର ଧଳାଜହ୍ନ ଧୀରେ ବାଘୁଆ ଧରିଲା,
ସାହି ଦେବୀଙ୍କ ଦୀପ ଲିଭି ଧୂଆଁ ଉଠିଲା
ସତର ବୟସି କେତେଟା ସହର ଗଲା
ମାଇପି ପିଠିରେ ମଦୁଆର ତାଳି ମାଡ଼ ଶୁଭିଲା ।।
କବି ଏବେ ଦେଖିଲେ
ଖୁସି ସବୁ ଶରଶଯ୍ୟା ହସକୁ ଲେପି,
ରାତି ଏବେ ଆହୁରି ଗାଢ଼
ମେହନ୍ତର ଗଳି ପଥ ରକ୍ତ ଚାଟି ।।
କବି ଏବେ ବିଷଣ୍ଣ ଦିଶିଲେ
ଆଃ ! କହି, ମୌନ ବ୍ରତ ଭାଙ୍ଗିଲେ…..।।
ରାଜେନ୍ଦ୍ର ଗିରି
ଭୋଗରାଇ,ବାଲେଶ୍ୱର
7008451494
love doll Tips To Tracking down The Best Sex Shop On the web And Picking The Privilege Toy
optimum post