{ଲକ୍ଷ୍ମୀବାର୍ ଗୁରୁବାର୍ }
******************
ନମସ୍ତେ ମାଁ ମହାଲକ୍ଷ୍ମୀ
ବିଷ୍ନୁଙ୍କ ଘରଣୀ
ନମସ୍ତେ ଗୋ ମହାମାୟୀ
ସାଗର ଦୁଲଣୀ ॥
ନମସ୍ତେସ୍ତୁ ଅର୍ଣ୍ନଦାତ୍ରୀ ତୁ
ଲକ୍ଷ୍ମୀ ଠାକୁରାଣୀ
ତୁହିଁ ଅର୍ଣ୍ନପୁର୍ଣ୍ନା ମାଁଗୋ
ଅଟୁ ପଡିଦାତ୍ରୀ ॥
ତୋରଦୟା ହେଲେ ମାଁତ
ଅର୍ଣ୍ନଯେ ମିଲଇ
ମାର୍ଗଶିର ମାଁସରେ ମାଁ
ତୋ ବାର ପଡଇ ॥
ପ୍ରତିଗୁରୁବାର ଦିନଗୋ
ତୋ ପୁଜା କରନ୍ତି
ଗୋବର ପାଣିରେ ମାଁତ
ଘରଦୁଆର ଘସନ୍ତି ॥
ଅରୁଆ ଚାଉଲ ବାଟି
ତୋ ଚିତା କାଟନ୍ତି
ଖଟୁଲି ଏକ ରଖିଣ
ତୋତେ ଯେ ବସାନ୍ତି ।
ଦୁବ,ବଦରି,ଓ ଫୁଲ
ତୋ ଶିରେ ଚଢାନ୍ତି
ନା ନା ଫୁଲ ଫଲ ଦେଇ
ତୋତେ ଯେ ସେବନ୍ତି ।
ଧୂପଦୀପ ନଇବେଦ୳
ତତେମାଁ ଦେଖାନ୍ତି
ଖିରୀ,ପୁରୀ,ପିଠା,ମଣ୍ଡା
ପ୍ରସାଦ କରନ୍ତି ॥
ଉଚ୍ଚ ନିଚ୍ଚ ଜାତି କିଛି
ନାହିଁ ତୋ ପାଖରେ
ଚାଣ୍ଡାଲୁ ବ୍ରାହ୍ମଣ ଯାଏ
ବୁଲୁ ସବୁ ଘରେ ॥
ବାଇଠାକୁରାଣୀ ବୋଲି
ଜଗତ ଜାଣିଛି
ଶ୍ରୀୟା ଚାଣ୍ଡାଲୁଣୀ ସେବି
ତତେ ଗୋ ପାଇଛି ॥
ଏ ସାରା ସଂଶାରେ ମାତା
ପୁଜାଯେ ପାଉଛୁ
ଅନାଥକୁ ସାହା ମାଗୋ
ହୋଇଯେ ତୁଥାଉ ॥
ଦରିଦ୍ରକୁ ଆହାହେଉ
ଧନିଯେ କରାଉ
ମାଣବଷା ତୋରଓଷା
ନାଁମେଁ ପୁଜା ପାଉ ॥
ତୋରନିନ୍ଦାଯେ କରଇ
ନାହିଁ ତାର ମୁକ୍ତି
ତୋତେ ଶେବେ ଯେଉଁ ଜନ
କରୁତା ମୁକତି ॥
ତୋର ପାଦତଲେ ହିନ
ସରୋଜ ପଡଇ
ସୁଦୟା କରଗୋ ମାତା
ଜଗତ କାନ୍ଦଇ ॥
ଏ ସାରା ସଂସାର ମାତା
ତୁହିଁତ ପାଲୁଛୁ
ମହାଲକ୍ଷ୍ମୀ ଦେବୀବୋଲି
ନାଁମଁ ବୋଲାଇଛୁ ॥
ଇତି ଶ୍ରୀ ମହାଲକ୍ଷ୍ମୀ କବିତା ସମ୍ପୁର୍ଣ୍ନ ।
ସରୋଜ କୁମାର ଆଚାର୍ଯ୳ ।
ବୁରୋମାଲ,ବିଜେପୁର,ବରଗଡ ।