🌹ବାଟୋଇ ବିନା 🌹
========================
ତମ କଥା ଏବେ ମନେ ପଡେ ଭାରି
କାହିଁକି କେଜାଣି ଜାଣେନା
ତମେ ଗଲା ଦିନୁ ସତ କହୁଛି ମୁଁ
ଦେଖିନି କେବେ ବି ଆଇନା ।
ତମେ ଥିଲ ମୋର ପୂରୁବ ଆକାଶେ
ସକାଳ ସୂରୁଯ କିରଣ
ତମେ ଗଲ ଯେବେ ମୋତେ ପରକରି
ସହୁଛି ଖରାର କଷଣ ।
ତମେ ଥିଲ ମୋର ସଞ୍ଜ ଦୀପ ଶିଖା
ପଶ୍ଚିମେ ଫୁକିଆ ତାରକା
ରାତି ଗଲା ପାହି ଅନ୍ଧାରକୁ ଛାଡି
ରହିଗଲି ହୋଇ ମୁଁ ଏକା ।
ତମେ ମୋ ଜୀବନ ଅଙ୍କା ବଙ୍କା ପଥେ
ଚାଲୁଥିଲ ହୋଇ ବାଟୋଇ
ବାଟ ଭୁଲି ଗଲ ଅଧା ବାଟେ ଛାଡି
ଦେଲ ସତେ ମୋତେ ଭଣ୍ଡେଇ ।
ସେହି ବାଟେ ଯେବେ ପାଦ ପଡେ ଆଜି
ବାଟ କଣ୍ଟା ପରି ଲାଗଇ
ବାଟୋଇ ବିନା ମୋ ଅଧୁରା ଜୀବନ
ଆଜି ମୁଁ ଚାଲି ନ ପାରଇ ।
ସହଦେବ ବେହେରା,
ମଙ୍ଗରାଜପୁର, ଆନନ୍ଦପୁର, କେନ୍ଦୁଝର
ନିଃସଙ୍ଗ ପଥର ଯାତ୍ରୀ ର ଅନ୍ତର୍ବେଦନା, ନିଖୁଣ ଭାବରେ ଚିତ୍ରଣ ହୋଇଛି
Thanks to Manoj Kumar Panda, the founder cum secretary, SLF