ବାସ୍ତବତା ଆଉ ଏକ ସ୍ଵପ୍ନ

ମୁଁ ଆଜି ଅସମର୍ଥ ବୁଝିବାକୁ ଯୁଝିବାକୁ
ଯେତେସବୁ ଅମାପ ଅନ୍ୟମନସ୍କତା
ଉଜୁଡ଼ା ଉଛ୍ବାସ ଆଉ ଅତୀତର ଭାଷା,
ଭାରି ଫିକା ଫିକା ଲାଗେଏଠି ନୂତନତ୍ବ
ପୁଣି ଆକାଂକ୍ଷିତ ଭବିଷ୍ଯତ ଆଶା ।।

ଅବିଶ୍ବାସ ର ହାତସବୁ ଲମ୍ବିଆସି
ଖିନଭିନ କରେ ମୋର ବିଦୀର୍ଣ୍ଣ ଅଭିପ୍ସା
ନିଷ୍ଠୁରତାର କ୍ରୃର ଆଲିଙ୍ଗନ ଚକ୍ରବ୍ୟୁହ
ରଚୁଥାଏ ଅଭେଦ୍ୟ ଅଜସ୍ର ପାଖଣ୍ଡିର
ପରାକ୍ରମ ଆସ୍ଥା ଜର୍ଜରିତ ।।

ବତାସର ବହ୍ନି,ଝଡର ଇଗଲ
ଧୋକାଖାଇ ଧିମେଇଯାଏ ଆତ୍ମପ୍ରତ୍ୟୟ
ଅପଚେଷ୍ଟା କରୁଥାଏ ଅପାଶୋରା
ଅନେକ ସପନ ଆକଟ କରିନପାରି
ଫେରିବାକୁ ବ୍ୟତିବ୍ୟସ୍ତ ହୁଏ ଇଛା
ଅନୁନ୍ଯ କେଇମୁଠା ଅଶୃଳ
ଆବେଗରେ ଉଛନ୍ନ ହେଉଥାଏ ମନ ।।

ଆଗକୁ ଯିବାର ରାସ୍ତା ଖାଲି
ଲମ୍ବିଥାଏ ଆଗକୁ ଆହୁରି
ଏକ ତତଲା ଦୀର୍ଘଶ୍ବାସ ରେ
ମୋହଭଙ୍ଗ ହେଉଥାଏ
ମୋର ବାରମ୍ବାର ।।

ନୃସିଂହ ରାଉତ(ପୱନ)
ରାଜକନିକା,କେନ୍ଦ୍ରାପଡା
ମୋ-7682969700

 

Leave a Reply

Your email address will not be published. Required fields are marked *