ମାଆ ଦେ ତୁ ଅଭିଶାପ
ସିନ୍ଦୁରା ଫାଟି ସୂର୍ଯ୍ୟ ଉଦୟ ହେଲେ ସକାଳ ହେଲା ସବର ବସ୍ଥିର କେଇଜଣ ଲୋକ ମାଛ ଧରିବା ପାଇଁ ନଦୀକୁ ବାହାରିଲେ । ନଦୀରେ ଜାଲ ପକାଉଥିବା ସମୟରେ ସେମାନଙ୍କ ଭିତରୁ କେହି ଜଣେ ଦେଖିଲା ଜଣେ ଯୁବକ କୂଳରେ ଲାଗିଥିବାର ବୟସ ପ୍ରାୟ ୩୦ ହେବ । କାଳେ ପିଣ୍ଡରେ ପ୍ରାଣ ଥିବ ଭାବି ସେମାନେ ସେ ଯୁବକଙ୍କୁ ତାଙ୍କ ବସ୍ଥିକୁ ନେଇଗଲେ । ଅନେକ୍ ସେବା କଲେ ଆଉ ଚାରି ଦିନ ପରେ ସେ ଯୁବକଙ୍କର ଚେତା ଫେରିଲା । ଯୁବକ ଜଣକ କହି ଉଠିଲେ ମୁଁ କେଉଁଠି ସେମାନଙ୍କ ଭିତରୁ କେହି ଜଣେ କହିଲା ଏଇଟା ସବର ବସ୍ଥି ବାବୁ ଆପଣଙ୍କୁ ଆମେ ନଦୀରୁ ପାଇଲୁ ଉପର ବାଲାକୁ ଧନ୍ୟବାଦ ଯେ ଆପଣଙ୍କୁ ଆମେ ବଞ୍ଚେଇ ପାରିଲୁ । ସ୍ମିତ ହାସ୍ୟ କରି ଯୁବକ କହିଲେ ମୁଁ ମରିଯାଉଥିଲି କାହିଁକି ବଞ୍ଚଉଥିଲେ ଆପଣମାନେ ମୋତେ । ହେଲେ ବାବୁ ଆପଣଙ୍କ ନାଆ କ’ଣ ଆଉ ଏ ନଦୀକୁ ଆସିଲେ କେମିତି । ମୁଁ ଅମିତ୍ ଡାକ୍ତର ଅମିତ୍ ଦାଶ ଏ ସହରର ଜଣେ ବଡ ଡାକ୍ତର ଆଉ ରହିଲା ଏ ନଦୀକୁ ଆସିଲି କେମିତି । ସିଏ ଗୋଟେ ବହୁତ୍ ବଡ କାହାଣି ଶୁଣିବେ । ବାପା ଥିଲେ ଜଣେ ଦିନ ମଜୁରିଆ *ଅନୁଛେଦ -୦୩*
:ମୋ ମାଆ ମଧ୍ୟ ବହୁବର୍ଷ ନିଃସନ୍ତାନ ଥିଲେ। ଥରେ ଜଣେ ମହାପୁରୁଷଙ୍କୁ ଯାଇ ସେ ସନ୍ତାନ ପାଇଁ ବର ପ୍ରାର୍ଥନା କରନ୍ତେ, ମହାପୁରୁଷ ମୋ ମା’ଙ୍କୁ ସେ ସାଇତି ରଖିଥିବା ତାଙ୍କର କୌଣସି ପ୍ରିୟ ବସ୍ତୁ ନେଇ ଆସିବାକୁ ନିର୍ଦ୍ଦେଶ ଦେଲେ। ମା’ ଦୂରବର୍ତ୍ତୀ ନିଜ ଗ୍ରାମକୁ ଲେଉଟି ଆସି, ବାପଘରୁ ଆଣିଥିବା ପୁରୁଣା ରୂପାମୁଦ୍ରାଟିଏ ବାହାର କରି ମହାପୁରୁଷଙ୍କୁ ଭେଟିବାକୁ ଯାଇ ଦେଖିଲାବେଳକୁ ସେ କୋଡିଏ କୋଶ ଉତ୍ତରକୁ ଯାଇ ଡେରା ପକାଇଲେଣି। ମା’ ମୋର ପୁଣି ବାଟ ଚାଲିଲେ। ବାଟରେ ନଈ। ନଈରେ ବନ୍ୟା। ନାଆ ର ଦେଖାନାହିଁ। ମା’ ସ୍ରୋତ ସହ ଯୁଝି ନଈ ପାର ହେଲେ। କିନ୍ତୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ଶୁଣିଲେ, ମହାପୁରୁଷ ସେଠାରୁ ଆହୁରି ତିରିଶ କ୍ରୋଶ ଦୂରବର୍ତ୍ତୀ ଏକ ଗ୍ରାମକୁ ପ୍ରସ୍ଥାନ କଲେଣି।ମା’ ମୋର ପୁଣି ବାଟ ଚାଲିଲେ। ଅବଶେଷରେ ମହାପୁରୁଷଙ୍କୁ ଭେଟି, ଆଣିଥିବା ମୁଦ୍ରାଟି ସମର୍ପଣ କଲେ। ମହାପୁରୁଷ ତାହା ଗ୍ରହଣ କରି ଧ୍ୟାନସ୍ଥ ହେଲେ ଏବଂ ମା’ଙ୍କୁ ସନ୍ତାନ ପ୍ରାପ୍ତିର ବର ପ୍ରଦାନ କଲେ। ଫଳରେ ମୁଁ ଜନ୍ମ ନେଲି।”ମୁଁ ଜନ୍ମ ହେବାର ମାତ୍ର ଦୁଇମାସ ପରେ ବାପା କ୍ଷେତରେ କାମ କରୁଥିବା ସମୟରେ ବଜ୍ରପାତରେ ଆର ପାରିକୁ ଚାଲିଗଲେ । ମାଆ ଏକା ହେଇଗଲେ ଆଉ କୂଳରେ ମୁଁ ଦୁଇମାସର ପିଲା । କଥାରେ ଅଛି ବାପ ଟଙ୍କା କୁଡିଏରେ ପୁଷି ପାରିବନି ମାଆ ଖୁଦ ମୁଠିକରେ ପୁଷିପାରିବ । ଧିରେ ଧିରେ ମୁଁ ବଡ ହେଲି ମାଆ ପରଘରେ ପାଇଟି କରି ଆମ ପାଇଁ ଦିମୁଠା ଖାଇବା ଯୁଗାଡ କରେ । ହେଲେ ମାଆ ମନରେ ଥାଏ ଅନେକ ସ୍ବପ୍ନ ମୋତେ ପାଠ ପଢେଇବ ଆଉ ଗୋଟେ ବଡ ମଣିଷ କରିବ । ସମୟ ଚକ୍ରରେ ମୁଁ ବଡ ହେଲି ଆଉ ଏମ.ବି.ବିଏସ୍ ପାସ୍ କଲି ଗୋଟିଏ ବର୍ଷ ପରେ ଡାକ୍ତରି ଚାକିରି ଆସିଲା ଆଉ ମୋତେ କୁହାଗଲା ଗୋଟିଏ ମାସ ଭିତରେ ଦଶଲକ୍ଷ ଟଙ୍କା ନ ଦେଲେ ସେ ଚାକିରି ଆଉ ମତେ ମିଳିବନି । ମୁଁ ମନ ଦୁଃଖରେ ଘରକୁ ଫେରିଲି ଆଉ ମାଆକୁ ସବୁ କଥା କହିଲି । ମାଆ ମୋ ମୁଣ୍ଡରେ ହାତ ମାରି କହିଲେ ସବୁ ଠିକ୍ ହେଇଯିବରେ ବାବା ମନ ଦୁଃଖ କରନା । ତା ପର ଦିନ କୌଣସି କାମ ଯୋଗୁ ଗୋଟିଏ ଦିନ ପାଇଁ ବାହାରକୁ ଗଲି ଆଉ ଫେରିଲା ବେଳକୁ ଘରର ତାଲା ପଡି ଥାଏ ମୁଁ ଆସିବା ମାତ୍ରେ ଆମ ପଡୋଶୀ ଚାବିକାଠି ଆଣି ମୋ ହାତରେ ଧରେଇ କହିଲେ ତୋ ମାଆ ଜଣେ ଦୂର ସମ୍ପର୍କୀୟ ବନ୍ଧୁଙ୍କ ଘରକୁ ଯାଇଛନ୍ତି ଖୁବ୍ ଶିଘ୍ର ଫେରିଆସିବେ ବୋଲି କହିକି ଯାଇଛନ୍ତି । ଆଠଦିନ ପରେ ମାଆ ଫେରିଲେ ଆଉ ତାଙ୍କ ହାତରେ ଥିଲା ଗୋଟିଏ ଛୁଟିଆ ଆଟାଜ୍ ସେ ଆଟାଜ୍ କୁ ମୋ ହାତରେ ଧରେଇ କହିଲେ ଯାଆରେ ବାବା ଏଥିରେ ଦଶଲକ୍ଷ ଟଙ୍କା ଅଛି ଆଉ ତୁ ସେ ଚାକିର କର ହେଲେ ମୁଁ କିଛି ପଚାରିବା ଆଗରୁ ମାଆ ମୋତେ କଥାରେ ପୁତି ପକାଇଲେ ବାସ୍ । ତା ପରେ ଚାକିରି କଲି ମାଆର ପରିସ୍ଥିତି ଦିନକୁ ଦିନ ଖରାପ୍ ହେବାକୁ ଲାଗିଲା । ଘରର ପରିସ୍ଥିତିକୁ ଲକ୍ଷ୍ୟ କରି ମୁଁ ବାହା ହେଲି । ତା ପରେ ଆରମ୍ଭ ହେଲା ଅସଲ୍ ସମସ୍ୟା ମୁଁ ଯାହାକୁ ହାତ ଧରି ବାହା ହେଇଥିଲି ସିଏ ମୋ ମାଆର ସେବା କରିବାକୁ ପସନ୍ଦ କଲାନି । ସିଏ ସବୁ ଦିନ କହେ ତୁମ ମାଆକୁ ନେଇ କେଉଁଠି ନେଇ ଛାଡିଦିଅ ମୁଁ ତାର ସେବା କରିପାରିବିନି । ହେଲେ ମୁଁ କ’ଣ କରିବି କିଛି ବୁଝି ପାରିଲିନି । ଶେଷରେ ମୋ ସ୍ତ୍ରୀ କଥାରେ ପଡି କହିଲି ମାଆ ଆମେ ଗୋଟେ ବଡ କାମ ପାଇଁ କିଛି ଦିନ ବାହାରକୁ ଯାଉଛୁ ତୁ ଘରେ ଏକା କେମିତି ରହିବୁ ଚାଲ ତତେ ଗୋଟେ ଭଲ ଜାଗାରେ ଛାଡିଦେଇ ଆସିବି ମୁଁ ଫେରିଲେ ପୁଣି ତତେ ନେଇଆସିବି । ଏମିତି କହି ମାଆକୁ ନେଇଆସିଲି ଆଉ ଗୋଟେ ଜରାଶ୍ରମରେ ଛାଡିଦେଇ ଆସିଲି । ପ୍ରତି ମାସରେ ମୁଁ ମୋ ମାଆର ଖର୍ଚ୍ଚ ପାଇଁ କିଛି ଟଙ୍କା ପଠାଏ ଜରାଶ୍ରମକୁ । ହେଲେ କାର୍ଯ୍ୟ ବ୍ୟସ୍ତତା ପାଇଁ ମୁଁ ଯାଇପାରେନି ମାଆକୁ ଦେଖା କରିତେ । ୧୫ଦିନ ପୂର୍ବରୁ ମୋ ପାଖକୁ ଗୋଟେ ଟେଲିଗ୍ରାମ୍ ଆସିଥିଲା ଯେ ତୁମ ମାଆଙ୍କ ଦେହ ବହୁତ୍ ଖରାପ୍ ସେ ତୁମକୁ ଦେଖିବାକୁ ଚାହୁଁଛନ୍ତି । ମୁଁ ସେତେବେଳେ ଟ୍ରେନିଂ ରେ ଥାଏ ଦେଖିବାକୁ ଯାଇପାରିଲିନି । ପୁଣି କାଲି ଆଉ ଥରେ ଟେଲିଗ୍ରାମ୍ ଆସିଲା ତୁମ ମାଆଙ୍କର ମୃତ୍ୟୁ ହେଇଛି ଆମେ ତାଙ୍କ ଶବ ସତ୍କାର କରିବା ପୂର୍ବରୁ ତୁମେ ତାଙ୍କ ପୁଅ ହିସାବରେ କାଗଜରେ ଦସ୍ତଖତ କରିଦେଇ ଯାଆ । ମୁଁ କିଛି ସମୟ ସ୍ତବ୍ଧ ହେଇଗଲି ଆଉ ଧାଇଁ ଗଲି ମୋ ମାଆକୁ ଶେଷ ଥର ପାଇଁ ଦେଖିବା ପାଇଁ । ମୁଁ ଗଲାବେଳକୁ ମୋ ମାଆର ଜୁଇ ସଜଡା ସରିଥାଏ ଜୁଇ ଉପରେ ମୋ ମାଆ ଶୋଇଥାଏ ସତେ ଯେମିତି ଅପେକ୍ଷା କରିଥାଏ ମୋ ଫେରିବା ବାଟକୁ । ଶେଷ କୃତ୍ୟ ସରିଲା ମୁଁ ଘରକୁ ଫେରିଲି । ମୁଁ ଫେରିଲା ବେଳେ ସେମାନେ ଗୋଟେ ଛୁଟ ବ୍ୟାଗ୍ ଟିଏ ଦେଲେ କ’ଣ ଗୋଟିଏ ହେଇଥିବ ଭାବି ମୁଁ ସେ ବ୍ୟାଗ୍ ଟିକୁ ଧରି ଫେରିଆସିଲି । ଆସିବା ବାଟରେ ମୋର ସନ୍ଦେହ ହେଲା କ’ଣ ହେଇଥିବ ଭାବି ବ୍ୟାଗ୍ ଟିକୁ ଖୋଲି ଦେଖିଲି ସେଥିରେ କିଛି କାଗଜପତ୍ର ଥାଏ ଆଉ ଗୋଟିଏ ମେଡିକାଲ୍ ସାର୍ଟିଫିକେଟ୍ ଥାଏ ସେ ସାର୍ଟିଫିକେଟ୍ କ’ଣ ହେଇଥିବ ଭାବି ଭଲ ସେ ଦେଖଲି । ସେହିଟା କଣ ଜାଣ ମୋର ଚାକିରି ପାଇଁ ଯେଉଁ ଦଶଲକ୍ଷ ଟଙ୍କା ଦରକାର ଥିଲା ସେ କଉ ବନ୍ଧୁଙ୍କ ପାଖରୁ ଆଣି ନ ଥିଲେ । ମୋ ମାଆ ତାର ଗୋଟିଏ କିଡ୍ ନି ବିକ୍ରି କରି ସେ ଟଙ୍କା ଆଣିଥିଲା । ତୁମେ କୁହ କଉ ପୁଅର ଛାତି ସହିବ ଯଉ ମାଆ ମୋ ପାଇଁ ଏତେ ବଡ ତ୍ୟାଗ କଲା ମୁଁ ତା ତ୍ୟାଗର ମୂଲ୍ୟ କଣ ଦେଲି । ତାକୁ ନେଇ ଜରାଶ୍ରମରେ ଛାଡିଦେଇ ଆସିଲି ମୋ ମାଆ ମୋ ପାଇଁ ବଡ ହେଲାନି ମୋ ସ୍ତ୍ରୀ ବଡ ହେଲା । ସେଥି ପାଇଁ ମୁଁ ଏଇ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲି କଉ ମରିପାରିଲି ତୁମେମାନେ ପୁଣି ବଞ୍ଚେଇ ଦେଲ ।
ଶଶୀ ଭୂଷଣ ଦାସ
ବାଲେଶ୍ଵର