ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍
ଚାଁଟି ଗୁଁଡ଼ିଆ ମାନେ କେଡ଼େ ରଁଚେ ଜୀବ୍
ମୁନୁଷ୍କେ ଦେବେ ଦହଲେଇ
ଜୀବନ୍କେ ତାଁକର୍ ଡର୍ ନି’ଥାଏ କେଭେଁ
ମର୍ସନ୍ କରି ଲଢ଼େଇ। ୧
ଲୁକେ ହେଲେଁ ଗାଲି ଉହାତେଁ ଟିଆସନ୍
ଦେଖିକରି କମ୍ଜୋରି
“ଚାଁଟି ହେଇ ତୁଇ ହାତୀର୍ ସାଂଗେଁ ଲଢ଼ୁଛୁ
ଫୁକ୍ଲେଁ ଯିବୁ ଉଡ଼ିକରି।”୨
ଖେଡ଼ୁ ମୁନୁଷ୍କେ ଦେଖି ଧୁମା ପହିଲ୍ମାନ୍
ବିର୍ଝେଇ କହେସି “ଏ ଗୁଁଡ଼ିଆ
ଚଟ୍କନେ ଦେଲେ ଚିହ୍ନ୍ ବରନ୍ ନି’ରହେ
ଭାବିଛୁ କାଏଁ ମୋତେ ଗଁଡ଼ିଆ।” ୩
ଚଟ୍କନେ ତ ଜହ ହେଇଗଲା ଗୁଁଡ଼ିଆକେ
ନିଜର୍ ହାତେଁ ଖାଏବ ମାର୍
ଆଁଗ୍ଠିଥିଁ ଟିକେ ଦବେଇ ଦେଲେଁ ବୁପ୍ରା
ହେଇଯିବା ହୋ ଛାର୍ଖାର୍। ୪
ଗାହାକ ବନି ଗାଇ ଅନେତ୍ କର୍ସି
ଡାକ୍ତର୍ ମିତାନ୍ ହୁଂଗ୍ସି ସୂଜା
ପହିଲ୍ମାନ୍ ଭି ଛଟ୍ପଟାସି ଘାଏକେଁ
ବାହାରି ପଡ଼୍ସି ତା’ର୍ ମଜା।୫
ତା’ର୍ ଯେନ୍ କାମ୍ କର୍ବାର୍ ଥିସି
ପୂରା କର୍ସି ନିଶ୍ଚେ କିରିଆ
ବୀର୍ଚକର୍ ମାନ୍ପତର୍ ଆଶ୍ ନି’ରଖେ
ସହିଦ୍ ବନି ଯାଏସି ଭେଁଡ଼ିଆ। ୬
ଚାଁଟିନୁ ଶିଖ ଏକ୍ଜୁଟ୍ ହେବାର୍ଟା ସଭେ
ହେଇଥିଲେଁ ଭି ଟିଆଁମିଆଁ
ଲଢ଼େଇ ବେଲେଁ ଲଢ଼େଇ କର ନି’ଡରି
ବାକି ସମିଆଥିଁ ବନ କମିହାଁ। ୭
ନାଶ୍ ହେଇଗଲେଁ ନାଶ୍ ଯାଉ ପଛେ
କମେଇ ଚାଲିଥ’ ଧନ୍
ଗଖା ଶତ୍ରୁକେ ନାଇଁ ଡରେ ଲଡ଼ାକୁ
ଗଲେଁ ଯାଉ ପଛେ ଜୀବନ୍। ୮
ଗଅଁଲିଆ କବି ସୁଧୀର୍ ପଂଡା