ତୁ
ତୁ ତୁ କରି ଡାକିଲି ମୁହିଁ
ଦଉଡି ଆସିଲୁ କୁକୁର ତୁହି
ଖାଇବାକୁ ଦେବି ମୁଁ ମାଛ ଭାତ
ଘର ଜଗିବୁ ତୁ ଅଟୁ ବିଶ୍ଵସ୍ତ ।।
ତୁ କହିଥିଲୁ ଆସିବୁ ବୋଲି
ଫାଙ୍କି ଦେଇ ତୁହି ଗଲୁରେ ଚାଲି
ବିଶ୍ବାସରେ ମୋର ତୁ ବିଷ ଦେଲୁ
ମଣିଷ ହୋଇକି ଏମିତି କଲୁ ?
ତୁ ମୋର କଳା ଠାକୁର ପରା
ବିଶ୍ବାସ କରିଛି ତୋତେ
ଏତେ ଦୁଃଖ ଦେଲୁ କିଛି ମୁଁ ମାଗିନି
ଭଲ ପାଇଅଛି କେତେ ।
ତୁ ସିନା ଚାଲିଗଲୁ ପର କରି
ମୁଁ କ’ଣ ଭୁଲି ପାରିବି
ମଲା ଯାଏ ତୋର ମନେ ପଡୁଥିବ
ଝୁରିଝୁରି ତତେ ମରିବି ?
ତୁ ମୋହର ମୁଁ ତୋହର
ତୁ ମୋହର ମୁଁ ତୋହର
ତୋହରି ପାଇଁ ବଞ୍ଚିଛି ମୁହିଁ
ତୁହି ତ ପରା ମୋ ଦେହ ଛାଇ !!!
ତୁ ଚାଲିଯିବୁ ମତେ ଏକା କରି
ତୋର ଶଶୁର ଘର
ମୁଁ ଚାଲିଯିବି ମଶାଣିକୁ ମୋର
କରିଣ ସବୁକୁ ପର
ଯଦି ଆମ ପ୍ରେମ ସତ ହୋଇଥିବ
ଦେଖାହେବ ଆର ଜନମର ।।
ହେମନ୍ତ କୁମାର ସାହୁ।
ମାହାଙ୍ଗା।